ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ ହୋଇଛି । ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତି ପାଇଁ ଚାଷୀ ଆବେଦନ କରିଥିଲେ ।
୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ୨୨ କୋଟି ଟଙ୍କା ଦେଇଛନ୍ତି ସରକାର । ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପଇଠ କଲେ ବୀମା କମ୍ପାନୀ ।
ପ୍ରକାଶଥାଉକି, ଡିସେମ୍ବରରେ ୨ ଥର ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନଙ୍କୁ କ୍ଷତିପୂରଣ ପାଇଁ ଫସଲ ବୀମା ପୋର୍ଟାଲରେ ଆବେଦନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।
ପଞ୍ଜୀକୃତ ଚାଷୀ ଫସଲବୀମା ପୋର୍ଟାଲରେ ମୋଟ ୨,୦୦,୭୨୯ଟି ଜମିରେ କ୍ଷତି ହୋଇଥିବା ନେଇ ପଞ୍ଜିକୃତ ହୋଇଥିଲା । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୭,୯୬୯ ସଂଖ୍ୟକ ଆବେଦନ ପତ୍ର ମିଳିଥିବା ବେଳେ ଗଜପତି, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ, କଟକ,ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରୁ ମୋଟ ୧,୬୨,୯୭୨ ସଂଖ୍ୟକ ଆବେଦନ ପତ୍ର ମିଳିଥିଲା ।
ଏହି ସମସ୍ତ ଆବେଦନକୁ ଭିତ୍ତି କରି ତୁରନ୍ତ କ୍ଷେତ୍ରୀୟ ସ୍ତରରେ ଫସଲ କ୍ଷତି ଆକଳନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ଚାରି ଗୋଟି ବୀମା କମ୍ପାନୀଙ୍କୁ ରାଜୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।