fbpx

ମାତ୍ର ଗୋଟିଏ ସପ୍ତାହ ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପିଏମ କିଷାନର ୧୪ତମ କିସ୍ତି: କାହାକୁ ମିଳିବ ଓ କାହାକୁ ନମିଳିବ , ଏପରି କରନ୍ତି ଚେକ୍

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ପିଏମ କିଷାନର ୧୪ ତମ କିସ୍ତିକୁ ଅପେକ୍ଷା କରିଛନ୍ତି, ତେବେ ଆପଣଙ୍କର ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି । ଏହାର ଅର୍ଥ ଅତି ଶୀଘ୍ର ୨୦୦୦ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବାକୁ ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ୧୩ କିସ୍ତିର ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଚାଷୀମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କା ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ଏହି ଯୋଜନାର ଲାଭ ଚାଷୀମାନଙ୍କୁ ପ୍ରତିବର୍ଷ ତିନୋଟି କିସ୍ତି ଆକାରରେ ଦିଆଯାଏ ।

ତେବେ ଜୁଲାଇ ୨୮ ରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ୧୪ ତମ କିସ୍ତି ପଠାଇବାକୁ ଘୋଷଣା କରିପାରନ୍ତି । ବାସ୍ତବରେ ପ୍ରଧାନମନ୍ତ୍ରୀ ମୋଦୀ ଜୁଲାଇ ୨୮ ରେ ରାଜସ୍ଥାନର ନଗୌର ଗସ୍ତରେ ଯାଉଛନ୍ତି, ଯେଉଁଠାରେ ଜାଟ ଜନସଂଖ୍ୟା ବହୁତ ଅଧିକ । ଏହି ସାଧାରଣ ସଭାରେ ପିଏମ କିଷାନ ଅଧୀନରେ ୧୪ ତମ କିସ୍ତି ଘୋଷଣା କରାଯିବ ବୋଲି ଆଶା ରହିଛି ।

ତୁରନ୍ତ ଏହି କାମ କର, ନଚେତ୍ ଟଙ୍କା ଅଟକି ଯିବ :-
ଯଦି ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଇ-କେୱାଇସି କରିନାହାଁନ୍ତି, ତେବେ ଏହି କାର୍ଯ୍ୟ ତୁରନ୍ତ କର । ନଚେତ୍ ଆପଣ କିସ୍ତିର ଲାଭରୁ ବଞ୍ଚିତ ହୋଇପାରନ୍ତି । ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.in କୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Corner ସେକ୍ସନର ଭିତରେ Beneficiaries Status ଅପସନ୍ ଉପରେ କ୍ଲିକ କରନ୍ତୁ ।

-ଏହା ପରେ ଆପଣଙ୍କୁ ୱେବସାଇଟରେ ନିଜର ଆଧାର ନମ୍ବର, ମୋବାଇଲ ନମ୍ବର ଭଳି ଆବଶ୍ୟକ ସୂଚନା ଦେବାକୁ ହେବ ।

-ଏହାପରେ ଆପଣଙ୍କୁ ସ୍କ୍ରିନରେ ଏକ ଲିଷ୍ଟ ଆସିବ, ଆପଣ ଏହି ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

Get real time updates directly on you device, subscribe now.