fbpx

ଏହି ଦିନ ଜାରି ହୋଇପାରେ ପିଏମ କିସାନ ଯୋଜନାର ୧୮ତମ କିସ୍ତି, ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ: କୃଷକଙ୍କୁ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ୧୭ତମ କିସ୍ତି ଜାରି କରିସାରିଛନ୍ତି। କୃଷକଙ୍କୁ ବର୍ତ୍ତମାନ ୧୮ତମ କିସ୍ତିର ଅପେକ୍ଷା ରହିଛି। ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନାକୁ କାର୍ଯ୍ୟକାରୀ କରୁଛନ୍ତି। ଏଥିରେ ଅନେକ ଯୋଜନା କେବଳ କୃଷକଙ୍କ ପାଇଁ ରହିଛି।

ଭାରତ ଏକ କୃଷି ଭିତ୍ତିକ ଦେଶ ହୋଇଥିବାରୁ ଭାରତ ସରକାର କୃଷକଙ୍କ ହିତକୁ ଅଧିକ ଧ୍ୟାନ ଦେଇଛନ୍ତି। ଏଥିପାଇଁ ସରକାର ସମୟ-ସମୟରେ କୃଷକଙ୍କ ପାଇଁ ଭିନ୍ନ-ଭିନ୍ନ ଯୋଜନାମାନକୁ ନେଇ ଆସନ୍ତି।

୨୦୧୯ ବର୍ଷ ଭାରତ ସରକାର କୃଷକଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ଏହି ଯୋଜନାର ଆରମ୍ଭ କରିଥିଲେ। ଏହି ଯୋଜନାର ନାମ ଥିଲା ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା। ଏହି ଯୋଜନା ଅନୁଯାୟୀ ଭାରତ ସରକାର ଲାଭାର୍ଥୀ କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେଉଛନ୍ତି। ସରକାର ୧୭ଟି କିସ୍ତି ଜାରି କରିସାରିଛନ୍ତି ବର୍ତ୍ତମାନ ୧୮ତମ କିସ୍ତିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଯାହାକି ଅକ୍ଟୋବର ମାସରେ ମିଳିବ।

Get real time updates directly on you device, subscribe now.