fbpx

ସଂସଦ ଟିଭିର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫ା୯: ଉପରାଷ୍ଟ୍ର ପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍‌.ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ବୁଧବାର ମିଳିତଭାବେ ସଂସଦ ଟିଭିର ଶୁଭାରମ୍ଭ କରିଛନ୍ତି । ଲୋକସଭା ଟିଭି ଓ ରାଜ୍ୟସଭା ଟିଭିକୁ ମିଶାଇ ସଂସଦ ଟିଭି ଆରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶର ଲୋକମାନେ ଖାସ୍‌ କରି ଯୁବବର୍ଗ ସଂସଦରେ ଚାଲୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପ୍ରସଙ୍ଗରେ ଭଲଭାବେ ଜାଣିପାରିବେ। ତେଣୁ ସଂସଦରେ ଉତ୍ତମ ଆଚରଣ କରିବାକୁ ମୋଦି ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.