fbpx

‘ମନ୍ କି ବାତ୍’ରେ କରୋନା ନିୟମକୁ ଗୁରୁତ୍ୱ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଆକାଶବାଣୀ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ୮୩ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏଠାରେ ସେ ଅନେକ ଦିଗ ଉପରେ ଆଲୋଚନା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, କରୋନା ବର୍ତ୍ତମାନ ସୁଦ୍ଧା ଶେଷ ହୋଇନି । ସେଥିପାଇଁ ସମସ୍ତେ ସାବଧାନ୍ ଓ ସତର୍କ ରୁହ । କରୋନା ନିୟମର ପାଳନ କର ।’ କାର୍ଯ୍ୟକ୍ରମରେ ପିଏମ ମୋଦୀ ଆୟୁଷ୍ମାନ ଭାରତ ଯୋଜନର ହିତାଧିକାରୀଙ୍କୁ କଲ୍ କରି କଥା ହୋଇଛନ୍ତି ।

ପଦ ନୁହେଁ ସେବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ କହିଛନ୍ତି । କରୋନା ନେଇ ସତର୍କ କରିବା ସହ ସେ କହିଛନ୍ତି ଯେ, ‘କରୋନା ଯାଇନି, ଆମେ ସତର୍କ ରହିବା ଜରୁରୀ । କ୍ଷମତା ନୁହେଁ, ଦେଶ ସେବା ମୋ ଜୀବନର ବ୍ରତ । ଭାରତର ଯୁବଶକ୍ତି ବିଶ୍ୱ ସମସ୍ୟାର ସମାଧାନ ପାଇଁ ବାଟ ବତାଇଛନ୍ତି । ଭାରତ ଷ୍ଟାର୍ଟ ଅପ୍ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ପାଲଟିଛି ।’

Get real time updates directly on you device, subscribe now.