fbpx

ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ଜଣେ ଗ୍ଲୋବାଲ ଲିଡର, ଗାଜାରେ ଯୁଦ୍ଧ ଅଟକାଇ ପାରିବେ; ଚିଠିରେ ଏପରି କିଛି ଲେଖିଲେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଗାଜା ଉପରେ ଇଜରାଏଲ ଦ୍ୱାରା କରାଯାଉଥିବା ଆକ୍ରମଣକୁ ନେଇ ପାଷ୍ଟୋଇନ୍ ଚିନ୍ତିିତ । ଏଥିମଧ୍ୟରେ ପାଲେଷ୍ଟାଇନ ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ମୋହମ୍ମଦ ମୁସ୍ତଫା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ତତ୍କାଳ ଯୁଦ୍ଧ ବନ୍ଦ କରିବା ନେଇ ନିବେଦନ କରିଛନ୍ତି । ଏହା ସହ ଯୁଦ୍ଧାଗ୍ରସ୍ତ ଗାଜାକୁ ମିଳୁଥିବା ସହାୟତା ବୃଦ୍ଧି କରିବା ପାଇଁ ବିଶ୍ୱର ଅନ୍ୟ ଦେଶ ଉପରେ ମଧ୍ୟ ଚାପ ପକାଉଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ତୃତୀୟ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୋହମ୍ମଦ ମୁସ୍ତଫା । ସେ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଯେଉଁଥିରେ ତାଙ୍କୁ ଜଣେ ଗ୍ଲୋବାଲ ଲିଡର ଭାବେ ଦର୍ଶାଇଛନ୍ତି । ସେ କହିଛନ୍ତି, ‘ମାନବାଧିକାର ଏବଂ ଶାନ୍ତିକୁ ଗୁରୁତ୍ୱ ଦେବାରେ ଏବଂ ଗାଜାରେ ନରସଂହାରକୁ ସମାପ୍ତ କରିବାରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତକୁ ତତ୍କାଳ ଯୁଦ୍ଧ ବନ୍ଦ କରିବା ପାଇଁ ସମସ୍ତ କୂଟନୈତିକ ଚ୍ୟାନେଲ ବ୍ୟବହାର କରିବାକୁ ପଡ଼ିବ । ଆମ ଦୁଃଖ ହ୍ରାସ କରିବା ପାଇଁ ସହଯୋଗ କରିବାକୁ ହେବ । ପାଲେଷ୍ଟାଇନ୍ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଆନ୍ତର୍ଜାତୀୟ ସମୁଦାୟ ଉପରେ ଚାପ ପକାଇବା ଆବଶ୍ୟକ ଏବଂ ଆମ ଉପରେ କରାଯାଇଥିବା ଅତ୍ୟାଚାର ବିରୋଧରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ।’ କହିରଖୁଛୁ ଗତ ବର୍ଷ ଇସରାଏଲ ଏବଂ ହମାସ ଯୁଦ୍ଧ ବନ୍ଦ ଦାବି କରୁଥିବା UNGAର ଏକ ପ୍ରସ୍ତାବକୁ ଭାରତ ସମର୍ଥନ କରିଥିଲା । ଇସରାଏଲ ହମାସ ଯୁଦ୍ଧରେ ନାଗରିକଙ୍କ ମୃତ୍ୟୁକୁ ନେଇ କଡ଼ା ନିନ୍ଦା କରିବା ସହ ଆନ୍ତର୍ଜାତୀୟ ମାନବୀୟ ଆଇନକୁ ସମ୍ମାନ କରିବା ପାଇଁ ଆହ୍ୱାନ ମଧ୍ୟ କରୁଛନ୍ତି । ପ।ଲେଷ୍ଟାଇନ୍ ପ୍ରସଙ୍ଗ ଏବଂ ପାଲେଷ୍ଟାଇନବାସୀଙ୍କ ଅଧିକାର ପାଇଁ ସମର୍ଥନ କରୁଥିବାରୁ ମୋଦୀଙ୍କ ଧନ୍ୟବାଦ ଦେଇଛନ୍ତି ମୋହମ୍ମଦ ମୁସ୍ତଫା ।

Get real time updates directly on you device, subscribe now.