ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ପଡକାଷ୍ଟରେ ନିଜର ଭାବନା ପରିପ୍ରକାଶ କଲେ ମୋଦୀ, ଭାରତକୁ ନେଇ କହିଲେ ଏଭଳି କଥା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସିଦ୍ଧ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରାଇଡମ୍ୟାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଏହି ପଡକାଷ୍ଟରେ ତାଙ୍କ ପିଲାଦିନ, ହିମାଳୟରେ ବିତାଇଥିବା ସମୟ ଏବଂ ସାର୍ବଜନୀନ ଜୀବନରେ ତାଙ୍କ ଯାତ୍ରା ସମେତ ଅନେକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ପଡକାଷ୍ଟରେ ମୋଦି କହିଛନ୍ତି, “ଯେତେବେଳେ ଆମେ ଶାନ୍ତି ବିଷୟରେ କଥା ହେଉ, ବିଶ୍ୱ ଆମ କଥା ଶୁଣେ, କାରଣ ଭାରତ ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧୀଙ୍କ ଭୂମି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନାରେ ଭାରତର ସଂସ୍କୃତି, ଶାନ୍ତି ଏବଂ ବିଶ୍ୱ କୂଟନୀତି ଉପରେ ଗୁରୁତ୍ୱାରୋପ କରି କହିଥିଲେ, ଯେତେବେଳେ ମୁଁ ବିଶ୍ୱ ନେତାମାନଙ୍କ ସହ ହାତ ମିଳାଏ, ସେତେବେଳେ ମୋଦୀ ନୁହେଁ ବରଂ ୧.୪ ବିଲିୟନ ଭାରତୀୟ ଏପରି କରନ୍ତି । ମୋର ଶକ୍ତି ମୋ ନାମରେ ନୁହେଁ ବରଂ ଭାରତର କାଳଜୟୀ ସଂସ୍କୃତି ଏବଂ ଐତିହ୍ୟରେ ରହିଛି ।

ଗରୀବଙ୍କ ଉପରେ ମୋଦୀଙ୍କ ବିଚାର- ତାଙ୍କ ପିଲାଦିନର କଷ୍ଟ ବାଣ୍ଟି ସେ କହିଥିଲେ, “ଭଲ ଜୋତା ପିନ୍ଧିବାରେ ଅଭ୍ୟସ୍ତ ବ୍ୟକ୍ତି ସେମାନଙ୍କର ଅନୁପସ୍ଥିତି ଅନୁଭବ କରନ୍ତି, କିନ୍ତୁ ଆମେ କେବେ ଜୋତା ପିନ୍ଧିନାହୁଁ, ତେଣୁ ଆମେ ସେମାନଙ୍କର ଗୁରୁତ୍ୱ ଜାଣି ନଥିଲୁ। ଏହା ଥିଲା ଆମର ଜୀବନ।”

ପରିବାରର ଅନୁଶାସନ- ପିତାମାତାଙ୍କର କଠିନ ପରିଶ୍ରମ ଏବଂ ଶୃଙ୍ଖଳାକୁ ମନେ ପକାଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, “ଆମ ମାଆ ବହୁତ କଠିନ ପରିଶ୍ରମ କରୁଥିଲେ। ମୋ ପିତା ମଧ୍ୟ ବହୁତ ଶୃଙ୍ଖଳାବଦ୍ଧ ଥିଲେ। ସେ ପ୍ରତିଦିନ ସକାଳେ ୪ କିମ୍ବା ୪:୩୦ ରେ ଘରୁ ବାହାରି ଯାଉଥିଲେ, ମନ୍ଦିର ପରିଦର୍ଶନ କରୁଥିଲେ ଏବଂ ତା’ପରେ ତାଙ୍କ ଦୋକାନକୁ କାମ କରିବାକୁ ଯାଉଥିଲେ।”