fbpx

ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି । ଡିସେମ୍ବର ୨୪ରେ ମୋଦୀ ପଶ୍ଚିମ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି କର୍ମକର୍ତ୍ତା ଓ ନେତା ବେଶ ଉତ୍ସାହିତ ଥିବା ଜଣା ପଡ଼ିଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଅନ୍ୟ କେନ୍ଦ୍ରୀୟ ନେତୃତ୍ୱ ଜାନୁଆରୀ ଭିତରେ ଓଡ଼ିଶ ଗସ୍ତ କରିପାରନ୍ତି ବୋଲି ମାଝୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.