fbpx

ୟୁକ୍ରେନରେ ଜେଲେନସ୍କିଙ୍କୁ ଭେଟିବାପରେ ପୁଟିନଙ୍କୁ ଫୋନ ଲଗାଇଲେ ପିଏମ ମୋଦୀ, ଜାଣନ୍ତୁ କେଉଁ ବିଷୟରେ କଲେ ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଙ୍ଗଳବାର ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି। ଯେଉଁଥିରେ ଭାରତ ଏବଂ ରୁଷ ମଧ୍ୟରେ ବିଶେଷ ଏବଂ ସୁବିଧାଜନକ ରଣନୀତି ବୁଝାମଣାକୁ ବୃଦ୍ଧି କରିବା ପାଇଁ ଧ୍ୟାନ ଦିଆଯାଇଛି। ନିଜ ନିଜ ମଧ୍ୟରେ ଆଲୋଚନା ମସୟରେ, ଦୁଇ ନେତାଙ୍କ ବିଚାରକୁ ଆଦାନ-ପ୍ରଦାନ କରିଛନ୍ତି। ଏହି କଥାର ସୂଚନା ପିଏମ ମୋଦୀ ସୋସିଆଲ ମିଡିଆ ଜରିଆରେ ପୋଷ୍ଟ କରିଛନ୍ତି।

ସେ ଏକ୍ସରେ ଲେଖିଛନ୍ତି ଯେ, ବିଶେଷ ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ବୁଝାମଣାକୁ ଆହୁରି ଦୃଢ କରିବାର ଉପାୟକୁ ନେଇ ଆଲୋଚନା କରିଛୁ। ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ବିଚାରକୁ ଆଦାନ-ପ୍ରଦାନ କରିଛୁ। ଯୁଦ୍ଧର ଶୀଘ୍ର, ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଧାନର ସମର୍ଥନ କାରିବା ପାଇଁ ଭାରତର ଦୃଢ ପ୍ରତିବଦ୍ଧତାକୁ ଦୋହରାଇଛି।

ପିଏମ ମୋଦୀ ଗତ ସପ୍ତାହରେ ୟୁକ୍ରେନ ଗସ୍ତ କରିଥିଲେ ଏବଂ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଅନ୍ୟ ବିଷୟ ବ୍ୟତୀତ ସେଠାକାର ସ୍ଥିତି ଉପରେ ଆଲୋଚନା କରିଥିଲେ। ପିଏମ ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବା ପରେ ସେ ଏହି ଦୁଇ ନେତା (ଜୋ ବାଇଡେନ ଏବଂ ପୁଟିନ)ଙ୍କ ସହ ଆଲୋଚନା କରିଛନ୍ତି। ୟୁକ୍ରେନ ନେତାଙ୍କ ସହ କଥାହେବା ସମୟରେ ସେ କୁଟନୀତି ସହ ଯୁଦ୍ଧର ସମାଧାନ କିପରି କରାଯାଇପାରିବ ସେହି ବିଷୟରେ ଆଲୋଚନା କରିଥିଲେ।

Get real time updates directly on you device, subscribe now.