fbpx

ଚଳିତ ବର୍ଷର ଶେଷ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Advertisement

ନୂଆଦିଲ୍ଲୀ: ଆଜି ସକାଳ ୧୧ଟାରେ ପ୍ରସାରିତ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମର ୧୦୮ତମ ସଂସ୍କରଣ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମର ଏହା ହେଉଛି ଶେଷ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି ନୂଆ ବର୍ଷର ଶୁଭକାମନା ଦେବା ସହ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଭବ୍ୟ ପ୍ରାଣ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିପାରନ୍ତି । ଏହି କାର୍ଯ୍ୟକ୍ରମକୁ ଆପଣମାନେ ବିଜେପିର ଫେସବୁକ୍‌, ଟ୍ୱିଟର ଏବଂ ୟୁଟ୍ୟୁବ ଚାନେଲରେ ଦେଖିପାରିବେ । ଏହା ସହ ଦୂରଦର୍ଶନ ଏବଂ ଆକାଶବାଣୀରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ । କହିରଖୁଛୁ ‘ମନ କି ବାତ୍‌’ର ପ୍ରଥମ ସଂସ୍କରଣ ୨୦୧୪, ମେ ୨୬ରେ ପ୍ରସାରିତ ହୋଇଥିଲା । ଏହା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ସିଧାସଳଖ ଭାବେ ଯୋଡ଼ି ହୋଇ ଦେଶର ବିକାଶ ବିଷୟରେ ସୂଚନା ପ୍ରଦାନ କରିଥାନ୍ତି । ଏନେଇ ବିଜେପି ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଛି ।

Get real time updates directly on you device, subscribe now.