ଭୁବନେଶ୍ବର: 3 ଦିନିଆ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବ । ଏହାକୁ ଉଦଘାଟନ କରିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଏନେଇ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । 3ଦିନ ଧରି ଲୋକସେବା ଭବନରେ ଏହି ସମ୍ମିଳନୀ ହେବ । ତେବେ 3 ଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହ ଯୋଗ ଦେବେ । ଏହା ସହିତ ଜାତିୟ ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଏହି ସମ୍ମିଳନୀ ହେଉଥିବାରୁ କଡା ସୁରକ୍ଷା ବଳୟ ଭିତରେ ରହିଛି ରାଜଧାନୀ ।
ସୂଚନା ଅନୁସାରେ, ଆଜି ସନ୍ଧ୍ୟାରୁ ଏହି ସମ୍ମିଳନୀ ଆରମ୍ଭ ହେବାକୁ ଥିବା ବେଳେ ଅମିତ ଶାହ ଏହାକୁ ଉଦଘାଟନ କରିବେ । ସେ ଅପରାହ୍ନ 1.25 ମିନିଟରେ ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଦେଶର ଆଇନ ଶୃଙ୍ଖଳାକୁ ନେଇ ସମ୍ମିଳନୀରେ ଆଲୋଚନା ହେବ । ତେବେ ପ୍ରଧାନମନ୍ତ୍ରୀ ସନ୍ଧ୍ୟା 4ଟା 15ରେ ଭୁବନେଶ୍ବରରେ ପହଞ୍ଚିବେ । ମୋଦି ଭୁବନେଶ୍ବର ପହଞ୍ଚିବା ପରେ ବିମାନ ବନ୍ଦର ନିକଟରେ ଏକ ସଭା କରିବେ । ଏହାପରେ ରାଜଭବନ ଯାଇ ସନ୍ଧ୍ୟା 6ଟା ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସିବେ । ଦଳୀୟ କାର୍ଯ୍ୟାଳୟରେ ସାଂସଦ ଏବଂ ବିଧାୟକଙ୍କ ଠାରୁ ରିପୋର୍ଟ କାର୍ଡ ନେବେ । ତେବେ ସମସ୍ତ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭନରେ ରାତ୍ରୀଭୋଜନ କରିବେ ପ୍ରଧାନମନ୍ତ୍ରୀ । ବିଶିଷ୍ଚ ବ୍ୟକ୍ତିଙ୍କ ଯୋଗଦାନକୁ ନେଇ ରାଜଧାନୀର ରାସ୍ତାଘାଟ କଡା ସୁରକ୍ଷା ବଳୟ ଭିତରେ ରହିଛି ।