fbpx

କାର୍ଯ୍ୟାଳୟ ଆସିବେ ନାହିଁ ଗର୍ଭବତୀ ଏବଂ ଦିବ୍ୟାଙ୍ଗ, ୫୦ ପ୍ରତିଶତ କର୍ମଚାରୀ କରିବେ ଓ୍ଵାର୍କ ଫ୍ରମ ହୋମ୍: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଗର୍ଭବତୀ ମହିଳା ଏବଂ ଦିବ୍ୟାଙ୍ଗଙ୍କୁ ଆଉ ଅଫିସ ଆସିବାକୁ ପଡିବ ନାହିଁ। ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ଫୋନରେ ଉପଲବ୍ଧ ରହିବା ସହ ଘରେ ରହି କାମ କରିବାକୁ ପଡିବ। କେନ୍ଦ୍ର କାର୍ମିକ, ଲୋକ ଅଭିଯୋଗ ଏବଂ ପେନସନ ରାଷ୍ଟ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ରବିବାର ଏହାର ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସେ ପର୍ଯ୍ୟନ୍ତ କାର୍ଯ୍ୟାଳୟ ଆସିବାରେ କୋହଳ ଦିଆଯିବ ଯେ ପର୍ଯ୍ୟନ୍ତ ସେମାନଙ୍କର ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିନାହିଁ। ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଚାଲିବ ଏବଂ ବାକି ୫୦ ପ୍ରତିଶତ କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ୍ କରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମସ୍ତ ସମ୍ବନ୍ଧିତ ବିଭାଗରେ ଏହାର ପାଳନ କରାଯିବ। ଅଧିକାରୀଙ୍କ ବୈଠକ ଯଥା ସମ୍ଭବ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ। ଅତି ଜରୁରୀ ନହଲେ ଆଗନ୍ତୁକଙ୍କ ସହିତ ଅଧିକାରୀମାନେ ବୈଠକରୁ ନିବୃତ୍ତ ରହିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। କାର୍ଯ୍ୟାଳୟ ପରିସରରେ ଭିଡ ଏଡାଇବା ପାଇଁ ଅଧିକାରୀ-କର୍ମଚାରୀ ଭିନ୍ନ ଭିନ୍ନ ସମୟର ପାଳନ କରିବେ। ଏହି ନିର୍ଦ୍ଦେଶ ଜାନୁଆରୀ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ନିୟମିତ ସ୍ଥିତିର ସମୀକ୍ଷା କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Get real time updates directly on you device, subscribe now.