fbpx

ସାଧାରଣ ଲୋକଙ୍କ ପାଇଁ ଖୁସି ଖବର: ଏତିକି ଟଙ୍କା ଶସ୍ତା ହୋଇଯିବ ଗ୍ୟାସ୍, ସରକାର କରୁଛନ୍ତି ଯୋଜନା

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଖୁବଶୀଘ୍ର ମହଙ୍ଗା ଗ୍ୟାସରୁ ଆରାମ ମିଳିପାରେ । ଗ୍ୟାସ ଶାସ୍ତ କରିବାକୁ କେନ୍ଦ୍ର ସରକାର ଏକ ଖାସ୍ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ଏଥିରେ ଖାଇବା ରୋଷେଇ ଗ୍ୟାସ ସମେତ ସିଏନଜି ଦାମ୍ ମଧ୍ୟ କମ୍ ହୋଇଯିବ । ଏହି ସମୟରେ ଏଲପିଜି ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳୁଛି । ଗତ ମାସରେ ବ୍ୟବସାୟିକ ଗ୍ୟାସ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଥିଲା । ଆସନ୍ତୁ ଜାଣିବା

ସରକାରଙ୍କ କ’ଣ ରହିଛି ପ୍ଲାନ୍ ?
ଗ୍ୟାସ ମୂଲ୍ୟର ସମୀକ୍ଷା କରୁଥିବା କମିଟି ପକ୍ଷରୁ ଏକ ପ୍ଲାନ୍ ତିଆରି କରାଯାଇଛି, ଯାହା ଅଧିନରେ ସାର୍ବଜନିକ ଅଞ୍ଚଳର କମ୍ପାନୀଗୁଡ଼ିକୁ ପୁରୁଣା କ୍ଷେତ୍ରରୁ ବାହାରୁଥିବା ପ୍ରାକୃତିକ ଗ୍ୟାସର ମୂଲ୍ୟ ସୀମା ସ୍ଥିର କରିବାକୁ ନିଷ୍ପତ୍ତି ନିଆଯାଇପାରେ । ଏହି ବିଷୟରେ ସୁପାରିଶ କରାଯାଇପାରେ । ସରକାରଙ୍କ ଏହି ନିଷ୍ପତ୍ତି ସହିତ ଉଭୟ ସିଏନଜି ଏବଂ ପିଏନଜିର ମୂଲ୍ୟ ହ୍ରାସ ପାଇବ ।

ରିପୋର୍ଟ ଅନୁସାରେ, ଯୋଜନା ଆୟୋଗର ପୂର୍ବତନ ସଦସ୍ୟ କିରିଟ୍ ଏସ୍ ପାରେଖଙ୍କ ନେତୃତ୍ୱରେ ଗଠିତ କମିଟି ନିଜର ମିଟିଂକୁ ନେଇ କାମ କରୁଛି ଓ ଏହାକୁ ଚୂଡ଼ାନ୍ତ ରୂପ ଦେଉଛି । କମିଟି ଶୀଘ୍ର ଏହାର ରିପୋର୍ଟ ସରକାରଙ୍କୁ ଉପସ୍ଥାପନ କରିପାରିବ ବୋଲି ବିଶ୍ୱାସ କରାଯାଉଛି ।

ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, କମିଟି ଦୁଇଟି ଭିନ୍ନ ପ୍ରକାରର ମୂଲ୍ୟ ପ୍ରଣାଳୀକୁ ପ୍ରୋତ୍ସାହିତ କରିପାରେ । ଏହା ସହିତ ONGC ଏବଂ OIL India Limitedର ପୁରୁଣା କ୍ଷେତ୍ରରୁ ବାହାରୁଥିବା ଗ୍ୟାସର ଦାମକୁ ନେଇ ମୂଲ୍ୟ ସୀମା ନିର୍ଦ୍ଧାରଣ କରିବାକୁ ଆଲୋଚନା ହେଉଛି ।

Get real time updates directly on you device, subscribe now.