fbpx

ମଇଁଷିକୁ ଗିରଫ କଲା ପୋଲିସ, ଜାଣନ୍ତୁ କ’ଣ ରହିଥିଲା ତା’ର ଦୋଷ

ଉତ୍ତରପ୍ରଦେଶ ପୋଲିସ ଗୋଟିଏ ମଇଁଷିକୁ ଗିରଫ କରିଛି । ଏହି ଖବରକୁ ନେଇ ଚାରିଆଡ଼େ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ମଇଁଷିଟି ଏକ କଲେଜ କ୍ୟାମ୍ପସ ମଧ୍ୟରେ କିଛି ଗଛଲତା ଖାଇଦେଇଥିଲା । ତେଣୁ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ମଇଁଷି ନାମରେ ମାମଲା ଦାୟର କରାଯିବା ସହ ଗିରଫ କରାଯାଇଛି ।

ଲାଖୀପୁରର ଖେରୀ ଜିଲ୍ଲାରେ ଏହି ଘଟଣାଟି ଘଟିଛି । ବଲଦେବ ବୈଦିକ ଇଣ୍ଟର କଲେଜ ପରିସରକୁ ମଇଁଷିଟି କାନ୍ଥ ଭାଙ୍ଗି ପଶିଯାଇଥିଲା । ସେଠାରେ ମଇଁଷିଟି ବନ ବିଭାଗ ପକ୍ଷରୁ ଲଗାଯାଇଥିଲା ଚାରା ଗଛକୁ ଖାଇ ନଷ୍ଟ କରିଦେଇଥିଲା । ଏହି ସମୟରେ କଲେଜ କର୍ତ୍ତୃପକ୍ଷ ପୋଲିସକୁ ଫୋନ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମଇଁଷିକୁ ଗିରଫ କରି ଥାନାରେ ବାନ୍ଧି ରଖିଥିଲା । ତେବେ ମଇଁଷିକୁ ମୁକୁଳାଇବାକୁ ହେଲେ ତା’ର ମାଲିକକୁ କ୍ଷତିଭରଣ କରିବାକୁ ପଡ଼ିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.