fbpx

ଭୁଲରେ ଯୁବତୀଙ୍କ ଫଟୋ ସହ ପୋଲିସ କଲା କିଛି ଏପରି: ଲାଗିଲା ୨୨୦ କୋଟିର ଝଟକା

ନୂଆଦିଲ୍ଲୀ: ଏକ ଭୁଲ ପଦକ୍ଷେପ ନ୍ୟୁୟର୍କ ପୋଲିସ ବିଭାଗକୁ ମହଙ୍ଗା ପଡିଛି । ସୋସିଆଲ ମିଡିଆରେ ଭୁଲରେ ଏକ ଫଟୋ ଯୋଗୁଁ ଆଇନଗତ ହିସାବରେ ୨୨୦ କୋଟି ଟଙ୍କାର ଝଟକା ଲାଗିଛି । ସୂଚନା ଅନୁସାରେ, ଜଣେ ୩୧ ବର୍ଷ ବର୍ୟୀୟ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସଙ୍କ ଫଟୋ ୱାଣ୍ଟେଡ ପୋଷ୍ଟର ଉପରେ ଲଗାଇବା କାରଣରୁ ପୋଲିସ ବିଭାଗ ଉପରେ ୨୩ ମିଲିୟନ ବା ୨୨୦ କୋଟି ଟଙ୍କାର ମକଦ୍ଦମା ଦାୟର କରିଛନ୍ତି ପୀଡିତା । ଏହା ଏକ ଗମ୍ଭୀର ଓ ଗୁରୁତର ମାମଲା । ଇଭା ଲୋପେଜ୍ ନାମକ ଯୁବତୀ ଅଗଷ୍ଟ ୨୦୨୧ ରେ ଫ୍ଲୋରିଡାରେ ଛୁଟି କଟାଇବା ସମୟରେ ନିଜ ଫଟୋକୁ ମୋଷ୍ଟ ୱାଣ୍ଟେଡ ପୋଷ୍ଟରେ ଦେଖିବାକୁ ପାଇଥିଲେ ।

ପୋଷ୍ଟରରେ ଲୋପେଜଙ୍କୁ ଏକ ନାଇଟ ଆଉଟରେ ସମୟରେ ପୋଜ ଦେଇଥିବାର ଦେଖିବାକୁ ମିଳିଛି ଓ ସେ ଏବେ ପଡ଼ ଚୋରି ପାଇଁ ଚାହୁଁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ପୋଲିସ ବିଭାଗ ଫ୍ୟାଶନ ଇନଫ୍ଲୁଏନସରକୁ ଅନ୍ୟ କାହା ସହିତ ଭ୍ରମିତ କରିଥିଲେ । ପୋଷ୍ଟରକୁ ଦେଖିବା ପରେ ଲୋପେଜ ଏନୱାଇପିଡିକୁ ଯୋଗାଯୋଗ କରିଥିଲେ । ପୋଲିସ ବିଭାଗ ନିଜର ଭୁଲକୁ ଅନୁଭବ କରାଇବା ପରେ ପୋଷ୍ଟରକୁ ତୁରନ୍ତ ହଟାଇଥିଲା । ଲୋପେଜ କହିଛନ୍ତି ଯେ, ‘ମୁଁ ଭାବିଲି ଏହି ପୋଷ୍ଟରଟି ନକଲି । ମୁଁ ପ୍ରକୃତରେ ବିଶ୍ୱାସ କରିପାରିଲିନି କି ପୋଲିସ ମୋ ଫଟୋକୁ ୱାଣ୍ଟେଡ ପୋଷ୍ଟରରେ ରଖିବ ।’

ଲୋପେଜ ଆହୁରି ମଧ୍ୟ କହିଛନ୍ତି ଯେ, ‘ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି ଓ ଲୋକମାନେ ଏହାକୁ ଲାଗତାର ସେୟାର କରୁଛନ୍ତି । ଏବେ ବି ସେ ବିଷୟର ଆଲେଶଚନା ଚାଲିଛି । ମୋତେ ଲୋକମାନେ ଚୋର ଓ ବେଶ୍ୟା ପରି ଦେଖୁଛନ୍ତି ।’ ଅବଶ୍ୟ ପୋଷ୍ଟ ଓ ସୋସିଆଲ ମିଡିଆ ପୋଷ୍ଟକୁ ହଟାଯାଇଛି । ଅଳ୍ପ ସମୟ ପାଇଁ ହେଲେ ବି, ଏହା ମୋର ବହୁତ କ୍ଷତି ଘଟାଇଛି ବୋଲି ଲୋପେଜ କହିଛନ୍ତି ।

Get real time updates directly on you device, subscribe now.