ସମ୍ବଲପୁର: ସକାଳୁ ସକାଳୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସ ଏନକାଉଣ୍ଟର କରିଥିବା ଖବର ଜଣାପଡିଛି। ସୂଚନାନୁଯାୟୀ, ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।
ଦୁଇ ଅପରାଧୀ ଆହତ: ଏହି ଏନକାଉଣ୍ଟରରେ ୨ଜଣ ଅପରାଧୀ ଆହତ ହୋଇଛନ୍ତି। ଜଣଙ୍କ ବାମ ଗୋଡ଼ ଓ ଜଣଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି। ଗୁରୁତର ଦୁଇ ଅପରାଧୀଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଏତିକି ଅସ୍ତ୍ରଶସ୍ତ୍ର ଜବତ: ପୋଲିସ କହିବାନୁଯାୟୀ, ଅପରାଧୀଙ୍କ ପକ୍ଷରୁ ୩ ରାଉଣ୍ଡ ଫାୟାରିଂ ହୋଇଛି। ଜବାବରେ ପୋଲିସ ପକ୍ଷରୁ ୫ ରାଉଣ୍ଡ ଫାୟାରିଂ ହୋଇଛି। ଅପରାଧୀଙ୍କଠାରୁ ୪ ରାଉଣ୍ଡ ଗୁଳି ଓ ୨ଟି ପିସ୍ତଲ ଜବତ ହୋଇଛି।
ଗୋରୁ ବୋଝେଇ ଟ୍ରକକୁ କାରରେ ଏସକର୍ଟ କରି ନେଉଥିଲେ। ଏହି ଦୁଇ ଅପରାଧୀ ପଶ୍ଚିମବଙ୍ଗ ହାୱଡାର ବୋଲି ସୂଚନା ମିଳିଛି।