ନିକ୍କି ହତ୍ୟାକାଣ୍ଡର ଖୋଲିଲା ବଡ ରହସ୍ୟ, ସାହିଲ ବାପାଙ୍କର ମଧ୍ୟ ରହିଛି କ୍ରିମିନାଲ ରେକର୍ଡ

ନୂଆଦିଲ୍ଲୀ: ନିକ୍କି ଯାଦବ ହତ୍ୟାକାଣ୍ଡର ତଦନ୍ତ ପରେ ଦିନକୁ ଦିନ ନୂଆ ରହସ୍ୟର ପର୍ଦ୍ଧାଫାର୍ସ ଘଟୁଛି । ତେବେ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ସାହିଲଙ୍କ ବାପାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ପୋଲିସକୁ ତଦନ୍ତ ଜରିଆରେ ଏହି ତଥ୍ୟ ମିଳିଛି ଯେ, ତାଙ୍କ ପିତା ବିରେନ୍ଦ୍ର ସିଂହ ୨୫ ବର୍ଷ ପୂର୍ବେ ଏକ ହତ୍ୟା ମାମଲାରେ ଗିରଫ ହୋଇଥିଲେ । ଦିଲ୍ଲୀ ପୋଲିସ ଲଗାତାର ଏହି ମାମଲରେ ସଂପୃକ୍ତ ରହି ତଦନ୍ତ ଚଳାଇଛି । ପୋଲିସ ୧୭ ଫେବୃଆରୀ ଦିନ ସାହିଲର ବାପା , ବିରେନ୍ଦ୍ର, ଦାଦାଙ୍କ ଦୁଇ ସଂପର୍କୀୟ ଆଶୀଷ ଓ ନବୀନ ଏବଂ ଦୁଇ ସାଙ୍ଗ ଅମର ଓ ଲୋକେସକୁ ଡ୍ୟୁଟି ମାଜିଷ୍ଟ୍ରେଟଙ୍କ ଘରେ ହାଜର କରାଯାଇଥିଲା । ସାହିଲ ଏବଂ ତାଙ୍କ ବାପାଙ୍କୁ ଢାବାକୁ ନିଆଯାଇଥିଲା । ଯେଉଁଠାରେ ସେମାନେ ନିକ୍କିର ଶବକୁ ଫ୍ରିଜ ଭିତରେ ପୁରାଇ ରଖିଥିଲେ ।

ପୋଲିସର ସୂଚନାନୁସାରେ, ସାହିଲ ଏବଂ ନିକି ତିନି ବର୍ଷ ପୂର୍ବେ ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ନିକି ତାଙ୍କ ପରିବାର ସଦସ୍ୟଙ୍କୁ ଏହି ବିବାହ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ତେବେ ଭିନ୍ନ ଭିନ୍ନ ଜାତି ହେତୁ ଏହି ବିବାହକୁ ନିକିଙ୍କ ପରିବାର ସଦସ୍ୟ ଅନୁମୋଦନ କରିନଥିଲେ। ଏହି ସମୟରେ ସାହିଲଙ୍କ ପିତା, ସମ୍ପର୍କୀୟ ତଥା ଦୁଇ ବନ୍ଧୁଙ୍କ ସମ୍ପୃକ୍ତି ସମ୍ପର୍କରେ ପୋଲିସ ଜାଣିବାକୁ ପାଇଥିଲା ସେତେବେଳେ ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲା।

ସୂତ୍ରରୁ ପ୍ରକାଶ ଯେ, ପଚରାଉଚରା ବେଳେ ସାହିଲଙ୍କ ବିବୃତ୍ତିରୁ ବିଭିନ୍ନ ଉତ୍ତର ମିଳିଥିଲା। ଏହି କାରଣରୁ, ଗିରଫ ହେବାର ପରଦିନ ପୋଲିସ ତାଙ୍କୁ ମିତ୍ରାଉ ଗାଁର ଢ଼ାବାକୁ ନେଇ ଯାଇଥିଲା, ଯେଉଁଠାରେ ସାହିଲ ନିକିଙ୍କ ମୃତଦେହକୁ ଫ୍ରିଜରେ ରଖିଥିଲେ। ପୋଲିସର ସୂଚନାନୁସାରେ, ସାହିଲଙ୍କ ସାଙ୍ଗମାନେ କହିଥିଲେ ଯେ, ନିକ୍କି ଏବଂ ସାହିଲ ଦୀର୍ଘ ସମୟ ଧରି ବିବାହ କରିବାକୁ ଚାହୁଁଥିଲେ ଏବଂ ଶେଷରେ ସେମାନେ ଗ୍ରେଟର ନୋଏଡାରେ ରହୁଥିବାବେଳେ ୨୦୨୦ ମସିହାରେ ବିବାହ କରିଥିଲେ। ସୂତ୍ରରୁ ପ୍ରକାଶ, “ସେଥିପାଇଁ ପୋଲିସ ଅଭିଯୁକ୍ତ ସାହିଲଙ୍କୁ ସେ ରହୁଥିବା ନୋଏଡା ସ୍ଥିତ ଘରକୁ ନେଇଥିଲା। ପଡ଼ୋଶୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା।

ଅନୁସନ୍ଧାନରୁ ଜଣାପଡିଛି ଯେ, ନିକିଙ୍କ ପରିବାର ସଦସ୍ୟ ତାଙ୍କ ବିବାହ ବିଷୟରେ ଅବଗତ ଥିଲେ, ଯଦିଓ ସେମାନେ ଆରମ୍ଭରୁ ଏହାକୁ ଅସ୍ୱୀକାର କରୁଛନ୍ତି। ଏ ବାବଦରେ ପୋଲିସ ତାଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଛି। ପୋଲିସ ବର୍ତ୍ତମାନ ଅଭିଯୁକ୍ତଙ୍କ ଫୋନ ଲଗ ଏବଂ ତଥ୍ୟ ସ୍କାନ କରୁଛି । ଯାହାଦ୍ୱାରା ଏହି ଷଡଯନ୍ତ୍ରରେ କିଏ ଜଡିତ ଥିଲେ ଏବଂ ସେମାନେ କିପରି ଯୋଜନା କରିଥିଲେ ତାହା ଜାଣିହେବ।