fbpx

କେବିଏନ ଗ୍ୟାଙ୍ଗ ମୁଖ୍ୟ ବୁବୁ ଘରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇଥିବା କେବିଏନ ଗ୍ୟାଙ୍ଗ ଏବେ ପୋଲିସ୍ ଟାର୍ଗେଟରେ ଅଛନ୍ତି । କେବିଏନ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନାର ଘରେ ଚଢ଼ାଉ ହୋଇଛି । ପୋଖରୀପୁଟ ଭଡ଼ା ଘରେ କମିଶନରେଟ୍ ପୋଲିସର ଏକ ଟିମ୍ ଚଢ଼ାଉ କରିଛି । କାଲି ଗ୍ୟାଙ୍ଗର ୨ ସଦସ୍ୟ ଚେଙ୍ଗ ଓ ସଞ୍ଜୟ ଘର ଭାଙ୍ଗିଥିଲା ପୋଲିସ । ଘର ଭାଙ୍ଗିବା ପରେ ଉଭୟ ଆତ୍ମସମର୍ପଣ କରିଥିଲେ । ତେବେ ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଥିଲେ ଚେଙ୍ଗ ଓରଫ ରାଜେଶ ବେହେରା ଓ ସନିଆ ଓରଫ ସନାତନ ବେହେରା । ଅନ୍ୟପଟେ ରକ୍ତ ଚରିତ୍ର ଗ୍ୟାଙ୍ଗର ସଦସ୍ୟଙ୍କ ଘରେ ଚଢାଉ ଜାରି ରଖିଛି କମିଶନରେଟ ପୋଲିସ୍ । ଗ୍ୟାଙ୍ଗ ସଦସ୍ୟ ସଞ୍ଜୟ ଖୁଣ୍ଟିଆଙ୍କ ବ୍ରିଟ କଲୋନୀରେ ଥିବା ଘରେ ପୋଲିସ ଚଢଉ କରି କିଛି ମାରଣାସ୍ତ୍ର ଜବତ କରିଛି । ଭିଡିଓରେ ଥିବା ଯୁବକମାନଙ୍କୁ ଖୋଜି ଖୋଜି ଜଣକ ପରେ ଜଣଙ୍କୁ ଉଠାଇ ନେଉଛି କମିଶନରେଟ ପୋଲିସ ।

Get real time updates directly on you device, subscribe now.