fbpx

ହସ୍ପିଟାଲରେ ଭର୍ତ୍ତି ହେଲେ ଲୋକପ୍ରିୟ କମେଡିଆନ୍ ଭାରତୀ ସଂ, ପୁଅକୁ ଝୁରି କାନ୍ଦୁଛନ୍ତି

Advertisement

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ କମେଡି କୁଇନ୍ ଭାବେ ପରିଚିତ ଭାରତି ସିଂଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସୁଛି । ନିକଟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିଯିବା କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଭାରତୀ ପ୍ରଶଂସକଙ୍କୁ ବ୍ଲଗ୍ ମାଧ୍ୟମରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ଶେୟାର କରିଛନ୍ତି ।

ସୂଚନାରୁ ପ୍ରକାଶ ନକଟରେ ଭାରତୀ ଅସହ୍ୟ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ । ପ୍ରଥମେ ତାଙ୍କୁ ଲାଗିଲା ଏହା ବୋଧୁଏ ଗ୍ୟାସ୍ ଯୋଗୁଁ ହେଉଥିବ । କିନ୍ତୁ ଯନ୍ତ୍ରଣା ନ କମିବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ପରେ ଡାକ୍ତରୀ ରିପୋର୍ଟରେ ତାଙ୍କ ଗାଲ୍ ବ୍ଲାଡରରେ ପଥର ଥିବା ଜାଣିବାକୁ ପାଇଲେ । ବର୍ତ୍ତମାନ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପଡ଼ିବ । ଏହା ପରଠାରୁ ଭାରତୀ ହସ୍ପିଟାଲରେ ଆଡମିଟ୍ ଅଛନ୍ତି । ଫ୍ୟାନ୍ସଙ୍କ ପାଇଁ ଏକ ବ୍ଲଗ୍ ଜାରି କରି କହିଛନ୍ତି, ‘ଯଦି ଆପଣଙ୍କୁ ପେଟରେ ବାରମ୍ବାର ଯନ୍ତ୍ରଣା ଅନୁଭବ ହୁଏ ତେବେ ଥରୁଟିଏ ନିଶ୍ଚିତ ଏହାର ଯାଞ୍ଚ କରାନ୍ତୁ ।’ ଏହା ସହ ଭାରତୀ ତାଙ୍କୁ ପୁଅ ଗୋଲୁକୁ ମନେ ପକାଇ ବହୁତ କାନ୍ଦିଛନ୍ତି । ସେ କହିଛନ୍ତି ଗୋଲୁ ଜନ୍ମ ହେବା ପରଠାରୁ ଏତେ ଦିନ ଯାଏ ଦୂରେଇ ରହିନଥିଲେ । ସେ କେବଳ ଏତିକି ଚାହାଁନ୍ତି ଯେ କୌଣସି ମାଆ ନିଜ ପିଲାଠାରୁ ଦୂରେଇ ନ ରୁହନ୍ତୁ ।

Get real time updates directly on you device, subscribe now.