ଚୁମ୍ବନ ଦେଉନଥିଲେ, ଏଣିକି ନିୟମିତ ଅଭ୍ୟାସ କରନ୍ତୁ, ପାଇବେ ଅନେକ ସ୍ୱାସ୍ଥ୍ୟକର ଫାଇଦା

ଚୁମ୍ବନକୁ ନେଇ ନିକଟରେ ହୋଇଥିବା ଏକ ଷ୍ଟଡି କହୁଛି, ଏଥିରେ ଅନେକ ଫାଇଦା ରହିଛି; ଚୁମ୍ବନକୁ ନେଇ ନିକଟରେ ହୋଇଥିବା ଏକ ଷ୍ଟଡି କହୁଛି, ଏଥିରେ ଅନେକ ଫାଇଦା ରହିଛି

ଓଡିଶା ଭାସ୍କର- କିସ ବା ଚୁମ୍ବନର ପ୍ରେମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ପ୍ରେମକୁ ଅଧିକ ନିବିଡ କରିଥାଏ । ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଚୁମ୍ବନ ଦେବା ନେବା ଆପଣା ଛାଏଁ ହୋଇଥାଏ । ତେବେ ପ୍ରେମୀଯୁଗଳ ବା ଦମ୍ପତିଙ୍କ ଚୁମ୍ବନକୁ ବୁଢାବୁଢୀ ନାନା ଭାବେ ସମାଲୋଚନା କରିଥାନ୍ତି । ଏହାକୁ ଏକ ନକାରାତ୍ମକ ଦୃଷ୍ଟିରେ ଦେଖିଥାନ୍ତି ଲୋକେ । କିନ୍ତୁ ଚୁମ୍ବନକୁ ଖରାପ ଦୃଷ୍ଟିରେ ଦେଖୁଥିବା ଲୋକ ଏହି ଖବର ଉପରେ ଥରେ ନଜର ପକାଇନେବା ଦରକାର । ଚୁମ୍ବନର ମଧ୍ୟ ରହିଛି ଅନେକ ଫାଇଦା ।

ଚୁମ୍ବନକୁ ନେଇ ନିକଟରେ ହୋଇଥିବା ଏକ ଷ୍ଟଡି କହୁଛି, ଏଥିରେ ଅନେକ ଫାଇଦା ରହିଛି । ଏହା ନାହିଁ କେବଳ ପ୍ରେମକୁ ନିବିଡ କରେ, ବରଂ ଚୁମ୍ବନକୁ ନେଇ ନିକଟରେ ହୋଇଥିବା ଏକ ଷ୍ଟଡି କହୁଛି, ଏଥିରେ ଅନେକ ଫାଇଦା ରହିଛି ହୋଇଥାଏ ।

ଚୁମ୍ବନର ଫାଇଦା- ଚୁମ୍ବନ ଦେବା ଦ୍ୱାରା ବ୍ୟକ୍ତର ମୋଟାପଣ ହ୍ରାସ ହୋଇଥାଏ । ଶରୀରରେ ଥିବା ଫ୍ୟାଟ କମି ଥାଏ ଚୁମ୍ବନ କରିବା ଦ୍ୱାରା ।

ବ୍ଲଡ ପ୍ରେସର ହ୍ରାସ- ପ୍ରେମରେ ଚୁମ୍ବନ ଦେବା ଦ୍ୱାରା ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇଥାଏ । ତେଣୁ ଯେଉଁମାନେ ଉଚ୍ଚ ରକ୍ତ ଚାପର ଶିକାର, ସେମାନେ ଚୁମ୍ବନ ଦେଇ ନିଜ ରକ୍ତଚାପ ନିୟନ୍ତ୍ରଣ କରି ପାରିବେ ।

ମୁହଁରେ ଚକମ- ଚୁମ୍ବନ ଦେବା ଦ୍ୱାରା ମୁହଁର ମାଂଶପେଶୀରେ କ୍ରିୟାଶୀଳ ହୋଇଥାଏ ଓ ମୁହଁରେ ଏକ ଅନୂପମ ଚମକ ଦେଖିବାକୁ ମିଳିଥାଏ ।

ମନ ପ୍ରଫୁଲ୍ଲ ହୁଏ- ଚୁମ୍ବନର ଆଦାନ ପ୍ରଦାନ ଦ୍ୱାରା ଆଉ ଏକ ଫାଇଦା ମଧ୍ୟ ମିଳିଥାଏ । ଏହା ନିଜ ଭିତରେ ଥିବା ଅବସାଦ, ଚିନ୍ତାକୁ ଦୂର କରିବାରେ ସହାୟକ ହୁଏ । ମନକୁ ପ୍ରଫୁଲ୍ଲ କରେ ।

ଏସବୁ ବାଦ, ଚୁମ୍ବନ ଦେବା ଦ୍ୱାରା ନିଜ ସାଥୀ ମଧ୍ୟ ଖୁସି ହୁଅନ୍ତି । ଫଳରେ ଦାମ୍ପତ୍ୟ ବା ପ୍ରେମ ଜୀବନ ସୁଖଦାୟୀ ହୋଇଥାଏ ।