fbpx

ପ୍ରେମିକାକୁ ବିବାହର ପ୍ରତିଶୃତ ଦେଇ ସମ୍ପର୍କ ରଖିଲେ, ଅନ୍ତଃସତ୍ୱା କରି ଛାଡିଦେଲା: ପୀଡିତାଙ୍କ ପ୍ରତାରଣା ଅଭିଯୋଗ ପରେ ଗିରଫ ହେଲେ ଯୁବକ

Advertisement

କୁଜଙ୍ଗ, (ଭାସ୍କର ନ୍ୟୁଜ୍‌) : କୁଜଙ୍ଗ ଥାନା ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତ ନିମ୍ବ ବେଲାରୀ ଗ୍ରାମର ଜନୈକ ଯୁବକ ପ୍ରେମିକକୁ ଭଲ ପାଇବାର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ ରଖିବା ସହିତ ଗର୍ଭବତୀ କରିବାପରେ ଧୋକଦେଥିଲେ। ଗତକାଲି ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ତାଙ୍କ ନାମରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି । ଗୁରୁବାର ତାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଯିବ ବୋଲି କୁଜଙ୍ଗ ପୁଲିସ ସୂତ୍ରରୁ ଜଣାପଡ଼ିଛି ।

ଘଟଣାରୁ ପ୍ରକାଶଯେ, ବାମଦେଇପୁର ପଞ୍ଚାୟତ ନିମ୍ବବେଲାରୀ ଗ୍ରାମର ରମେଶ ପ୍ରଧାନଙ୍କ ପୁତ୍ର ସୁଶାନ୍ତ ପ୍ରଧାନ ବଳେଇପୁର ପଞ୍ଚାୟତର ନଳକଣୀ ଗ୍ରାମର ଜନୈକ ଯୁବତୀଙ୍କୁ ଦୁଇ ବର୍ଷ ହେବ ଭଲପାଇ ଆସୁଥିଲେ । ତାଙ୍କୁ ବିବାହ କରିବାର ପ୍ରଲୋଭନ ଦେଖାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ । ଏବେ ସମ୍ପୃକ୍ତ ଯୁବତୀ ତିନି ମାସ ଅନ୍ତଃସତ୍ୱା ଥିବା ଜଣାପଡ଼ିଛି । ମାତ୍ର ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଯୁବକ ଆଉ ଯୁବତୀଙ୍କୁ ଧରାଛୁଆାଁ ଦେଇନଥିଲେ । ଫଳରେ ସେ କୁଜଙ୍ଗ ଥାନାରେ ଲିଖିତଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଥାନାରେ ୧୪୧/୨୨ ସଂଖ୍ୟାରେ ବିଭିନ୍ନ ସଙ୍ଗୀନ ଦଫାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ସୁଶାନ୍ତଙ୍କୁ କୁଜଙ୍ଗ ପୁଲିସ ଆଜି ଗିର‘ କରିଥିବା ଜଣାପଡ଼ିଛି । ଗୁରୁବାର ତାଙ୍କୁ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯିବ ବୋଲି କୁଜଙ୍ଗ ଥାନା ଅଧିକାରୀ ସୁଜିତ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.