fbpx

‘ମୋଦୀ ସରକାର ୩.୦’ ପାଇଁ ପ୍ରସ୍ତୁତି; ୧୦୦ ଦିନିଆ ରୋଡମ୍ୟାପକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଦେଶରେ ଜୁନ ୧ରେ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ଜାରି ରହିଛି ଭୋଟ୍ ଗଣତି । ଏହି ଦୁଇଟି ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି । ତେବେ ବିଧାନସଭା ଆସନର ଭୋଟ ଗଣତି ପ୍ରକ୍ରିୟାରେ କେଉଁ ଦଳ ଆଗୁଆ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏଥିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭ଟି ପ୍ରସଙ୍ଗ ଉପରେ ମାରାଥନ ବୌଠକ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାରାଥନ ବୈଠକରେ ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିବେ । ପରେ ଦେଶରେ ଗ୍ରୀଷ୍ମ ପ୍ରଭାବ ସ୍ଥିତି ସମୀକ୍ଷା ସହ ନୂଆ ସରକାରର ୧୦୦ ଦିନର ଏଜେଣ୍ଡା ଏବଂ ବିଶ୍ୱ ପରିବେଶ ଦିବସକୁ ବ୍ୟାପକ ଭାବେ ପାଳନ କରିବା ପାଇଁ ବୈଠକ କରିବେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ଶେଷ କରିବା ପରେ ତାମିଲନାଡୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲ ଠାରେ ଦୀର୍ଘ ୪୫ ଘଣ୍ଟା ସାଧନା କରି ଫେରିଛନ୍ତି । ବର୍ତ୍ତମାନ ମୋଦୀଙ୍କ ଆକ୍ସନ ମୋଡ୍ ଦେଖିବାକୁ ମିଳିବ । ସେ ଶୀର୍ଷ ବ୍ୟୁରୋକ୍ରାଟ୍ସଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ସମୀକ୍ଷା ବୈଠକ କରିବେ ।

Get real time updates directly on you device, subscribe now.