fbpx
BJD SKY
BJD SKY

ଉତ୍କଳ ମଣ୍ଡପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ; ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ସମାରୋହରେ ଯୋଗ ଦେଲେ

BJD

ଭୁବନେଶ୍ୱର : ଶୁକ୍ରବାର ଦୁଇ ଦିନିଆ ଗସ୍ତରେ ଆସି ଓଡିଶାରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱର ବଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱାଗତ କରିଥିଲେ । ବିମାନବନ୍ଦରରୁ ସିଧାସଳଖ ଉକ୍ରଳ ମଣ୍ଡପରେ ଅନୁଷ୍ଠିତ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ବାହାରିଥଲେ । ସେଠାରେ ସେ ମୁଖ୍ୟ ଅତିଥି ଭାବେ ଅଭିଭାଷଣ ପ୍ରଦାନ କରିବେ । ପରେ ଅପରାହ୍ନରେ ରାମଦେବୀ ବିଶ୍ୱବିଦ୍ୟାଳୟ ଯିବେ । ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।

ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବିଏମ୍ସି ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ । ଏହି ଅବସରରେ ବିମାନବନ୍ଦର ପାରମ୍ପାରିକ ବାଦ୍ୟ ଓ ନୃତ୍ୟରେ ପ୍ରକମ୍ପିତ ହୋଇଥିଲା ।

ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫ ପ୍ଲାଟୁନ୍, ୧୪ ଜଣ ଆଡିସିନାଲ୍ ଡିସିପି, ୩୫ ଜଣ ଏସିପି, ୪୭ ଜଣ ଇନ୍ସ୍ପେକ୍ଟର, ୧୮୮ ଜଣ ସବ୍- ଇନ୍ସ୍ପେକ୍ଟର ଏବଂ ୬୦ ଜଣ ଗୃହରକ୍ଷୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ସାମିଲ କରାଯାଇଛି ।

Get real time updates directly on you device, subscribe now.