ନୂଆଦିଲ୍ଲୀ: ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କିମ୍ବଦନ୍ତୀ ପୁରୁଷଙ୍କ ମୃତ୍ୟୁରେ ଗଭୀର ଭାବେ ମର୍ମାହତ ଥିବା କହିଲେ ଦ୍ରୌପଦୀ ମୁର୍ମୁ ।
ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ ହୃଦହ ଜୟ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରରେ ଅବଦାନ ସର୍ବଦା ସ୍ମରଣୀୟ ରହିବ । ତାଙ୍କ ବିୟୋଗରେ ଓଡ଼ିଶା ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ହୋଇଛି କହିଲେ ରାଷ୍ଟ୍ରପତି ।
ଉତ୍ତମଙ୍କ ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ମେଦାନ୍ତରେ ଚିକିତ୍ସିତ ହେଉଥିବାବେଳେ ଭିଡିଓ କଲ୍ ଜରିଆରେ ପୁଅ ବାବୁସାନଙ୍କ ସହ କଥା ହୋଇଥିଲେ ନବୀନ ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ତଥା କିମ୍ବଦନ୍ତୀ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। କଳା ଜଗତରେ ଏହା ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅନେକ ଚଳଚ୍ଚିତ୍ରରେ ସେ ଛାଡ଼ି ଯାଇଥିବା ଛାପ ଲୋକଙ୍କ ହୃଦୟରେ ତାଙ୍କୁ ଚିର ଅମର କରି ରଖିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର…
— Naveen Patnaik (@Naveen_Odisha) February 28, 2025