fbpx

ଜି-୨୦ ସମ୍ମିଳନୀ; ଆୟୋଜିତ ରାତ୍ରି ଭୋଜନ ପାଇଁ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ଜି-୨୦ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ଆସିଥିବା ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କ ସ୍ୱାଗତ ପାଇଁ ଭାରତ ମଣ୍ଡପମ୍ ନିର୍ମାଣ କରାଯାଇଛି । ସେପ୍ଟେମ୍ବର ୯ରୁ ୧୦ ପର୍ଯ୍ୟନ୍ତ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଶିଖର ସମ୍ମିଳନୀ ଯେଉଁ ସ୍ଥାନରେ ଆୟୋଜିତ ହେବ ତାହା ସିଡନୀର ଅପେରାଠାରୁ ମଧ୍ୟ ବଡ଼ । ଏହି କ୍ରମରେ ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପହଞ୍ଚିସାରିଛନ୍ତି । ଆଉ କିଛି ସମୟ ପରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ରାତ୍ରି ଭୋଜନରେ ସମସ୍ତ ବିଦେଶୀ ଅତିଥି ଯୋଗଦେବେ । ଏଥିରେ ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ରହିଛି ।

ସୂଚନା ଥାଉକି, ଏହି ଡିନର ପାଇଁ ଦିଆଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରେସିଡେଣ୍ଟ ଅଫ ଇଣ୍ଡିଆ’ ପରିବର୍ତ୍ତେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖା ଯାଇଥିଲା । ଯାହାକୁ ନେଇ ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଆଉ ନିମନ୍ତ୍ରଣ କାର୍ଡକୁ ନେଇ ବିବାଦ ମଧ୍ୟ ଲାଗି ରହିଛି । ସେପଟେ ଜି -୨୦ ଶିଖର ସମ୍ମିଳନୀରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି । ଭାରତର ପ୍ରସ୍ତାବ ଉପରେ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ ଦେଶ ନେତାଙ୍କ ଘୋଷଣାରେ ସହମତ ହୋଇଛନ୍ତି । ଏହା ଭାରତ ପାଇଁ ଏକ ପ୍ରମୁଖ କୂଟନୈତିକ ସଫଳତା ଭାବରେ ବିବେଚନା କରାଯାଉଛି । ଜି-୨୦ ସମ୍ମିଳନୀର ଦ୍ୱିତୀୟ ଅଧିବେଶନ ଶେଷ ହୋଇଛି ।

Get real time updates directly on you device, subscribe now.