ରାଷ୍ଟ୍ରପତି ଦେଲେ ସାହସିକତା ପୁରଷ୍କାର: 6 ଜଣଙ୍କୁ କୀର୍ତ୍ତି ଚକ୍ର, 33 ଜଣଙ୍କୁ ଶୌର୍ଯ୍ୟ ଚକ୍ର
ପ୍ରତିରକ୍ଷା ପ୍ରତିଷ୍ଠା ଉତ୍ସବରେ ସାହସିକତା ପୁରଷ୍କାର ପ୍ରଦାନ । 6 ଜଣଙ୍କୁ କୀର୍ତ୍ତି ଚକ୍ର(4 ଜଣଙ୍କୁ ମରଣୋତ୍ତର) ଏବଂ 33 ଜଣଙ୍କୁ ଶୌର୍ଯ୍ୟ ଚକ୍ର(7 ଜଣଙ୍କୁ ମରଣୋତ୍ତର) ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପତି ମୁର୍ମିୁ ।
ନୂଆଦିଲ୍ଲୀ: ପ୍ରତିରକ୍ଷା ପ୍ରତିଷ୍ଠା ଉତ୍ସବରେ ସାହସିକତା ପୁରଷ୍କାର ପ୍ରଦାନ । ସାହାସିକତା ଏବଂ ଦେଶ ପାଇଁ ବଳିଦାନ ଦେଇଥିବା ଯବାନମାନଙ୍କୁ ବୀରତ୍ୱ ପୁରସ୍କାର ଦେଲେ ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ । 6 ଜଣଙ୍କୁ କୀର୍ତ୍ତି ଚକ୍ର(4 ଜଣଙ୍କୁ ମରଣୋତ୍ତର) ଏବଂ 33 ଜଣଙ୍କୁ ଶୌର୍ଯ୍ୟ ଚକ୍ର(7 ଜଣଙ୍କୁ ମରଣୋତ୍ତର) କଲେ ପ୍ରଦାନ ।
ରାଷ୍ଟ୍ରପତି ମୁର୍ମୁ ଶୌର୍ଯ୍ୟ ଚକ୍ର ଏବଂ କୀର୍ତ୍ତି ଚକ୍ର ପ୍ରଦାନ କରିବାକୁ ମଞ୍ଚରୁ ତଳକୁ ଓହ୍ଲାଇଲେ, ଏବଂ ସହିଦମାନଙ୍କ ମା’ମାନଙ୍କୁ ଆଲିଙ୍ଗନ କଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ରାଷ୍ଟ୍ରପତି ଭବନରେ ପ୍ରଥମ ପର୍ଯ୍ୟାୟ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ। ଏବଂ ଏହାପେର କର୍ତ୍ତବ୍ୟ ପାଳନ ସମୟରେ ଅସାଧାରଣ ସାହସିକତା, ସମର୍ପଣ ଏବଂ ବଳିଦାନ ଦେଇଥିବା ଯବାନମାନଙ୍କୁ ସମ୍ମାନ ସ୍ୱୀକୃତି ସ୍ୱରୂପ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ଭବନର ଗଣତତନ୍ତ୍ର ମଣ୍ଡପରେ ଆୟୋଜିତ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ।