fbpx

ଓଡିଶା ଆସିବେ ରାଷ୍ଟ୍ରପତି, ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବେ

ଭୁବନେଶ୍ୱର: ଆସନ୍ତା ୨୬ ତାରିଖରେ ଓଡିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ଯୋଗ ଦେବା ଲାଗି ଓଡିଶା ଆସୁଛନ୍ତି । ଏହା ବ୍ୟତିତ ଚଣ୍ଡୀ ମନ୍ଦିର ଯାଇ ମା’ଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଏହା ସହିତ ଏସସିବି ମେଡିକାଲ୍ କଲେଜର ଛାତ୍ର ସଂସଦ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ । ଏସସିବିକୁ ପ୍ରଥମ ଥର ଲାଗି ରାଷ୍ଟ୍ରପତି ଆସୁଥିବାରୁ କାର୍ଯ୍ୟକ୍ରମକୁ ବ୍ୟାପକ ଭାବରେ ଆୟୋଜନ କରିବା ଲାଗି ଛାତ୍ର ସଂସଦ ସହ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।
ଏହା ବ୍ୟତିତ ମହାମହିମ ରାଷ୍ଟ୍ରପତି ୨୭ ତାରିଖରେ ଭଦ୍ରକ ଗସ୍ତ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବରେ ମଧ୍ୟ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ଭଦ୍ରକ ମହାବିଦ୍ୟାଳୟ ଓ ପ୍ରଶାସନ ଚଳଚଞ୍ଚଳ ହୋଇ ଉଠିଛି ।

Get real time updates directly on you device, subscribe now.