fbpx
BJD
BJD SKY
BJD SKY

୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି : ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ,: ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖ ମଧ୍ୟାହ୍ଣରେ ଶ୍ରୀମତୀ ମୁର୍ମୁ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଦର୍ଶନ ସରିବା ପରେ ସେ ଆନନ୍ଦ ବଜାରରେ ବସି ମହାପ୍ରସାଦ ସେବନ କରିବେ । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଏହା ହେଉଛି ରାଷ୍ଟ୍ରପତି ହେବା ପରେ ପ୍ରଥମ ଗସ୍ତ ।

୧୦ ତାରିଖ ସକାଳ ଧୂପ ଓ ଭୋଗମଣ୍ଡପ ସରିବା ପରେ ଗର୍ଭଗୃହକୁ ଯାଇ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଶୁକ୍ରବାର ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ମୁଖ୍ୟପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଦିନ ୧୨ଟାରୁ ୧ଟା ମଧ୍ୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥିନେଇ ସାଧାରଣ ଭକ୍ତଙ୍କ ପାଇଁ ପୂର୍ବାହ୍ଣ ୧୦ଟା ୩୦ରୁ ଦର୍ଶନ ବନ୍ଦ ରଖାଯିବ ।

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସମସ୍ତ ନିଯୋଗ ଓ ପାଳିଆ ସେବାୟତ ସହାୟତା କରିବେ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୁରୀରେ ପହଞ୍ଚିବା ଠାରୁ ଆରମ୍ଭ କରି ରାଜଭବନ ଯିବା ରାସ୍ତା ଓ ହେଲିପ୍ୟାଡ୍ ପ୍ରତ୍ୟାବର୍ତ୍ତନ ପ୍ରତିଟି ରାସ୍ତାରେ ବ୍ଲୁ ବୁକ୍ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏତଦବ୍ୟତୀତ ସେ ନିଜ ସ୍କୁଲ ଓ ସ୍କୁଲ୍ରେ ଥିବା ହଷ୍ଟେଲ୍ ପରିଦର୍ଶନ କରିବେ । ସ୍କୁଲରେ ସେ ୧୦ ମିନିଟ୍ ରହି ବିଭିନ୍ନ ବିଷୟରେ ଆଲୋଚନା କରିବେ । କେବଳ ପୁରୁଣା ଛାତ୍ରୀ ନୁହେଁ ସ୍କୁଲ୍ ଆଲୁମିନି ଭାବେ ସ୍କୁଲ୍ କଥା ବି ବୁଝିବେ । ଏହାକୁ ନେଇ ସ୍କୁଲରେ ପ୍ରସ୍ତୁତି ପର୍ବ ଜୋର୍ ଧରିଛି ।

Get real time updates directly on you device, subscribe now.