ଫାଟିଲା ପ୍ରେସର ବୋମା, ୩ ଗୁରୁତର

ଗାଁରେ ଫୁଟିଲା ପ୍ରେସର ବୋମା।

ଛତିଶଗଡ଼:  ପୁଣି ଫାଟିଲା ପ୍ରେସର ବୋମା। ଘଟିଗଲା ଅଘଟଣ। ପ୍ରେସର ବୋମା ଫାଟି ୩ ଗୁରୁତର। ଗୁରୁତରଙ୍କୁ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି।  ହେଲେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ତେବେ ଘଟଣାଟି ହେଉଛି ଛତିଶଗଡ଼ର। ମଦ୍ଦେଡ ଥାନା ବନ୍ଦେପାରା ଗାଁର ଘଟଣା। ଏହି ପ୍ରେସର ବୋମା ବିସ୍ଫୋରଣରେ ୩ ଗ୍ରାମବାସୀ ଗୁରୁତର ହୋଇଛନ୍ତି। ହେଲେ ଗାଁକୁ ପ୍ସେର ବୋମା କିପରି ଆସିଲା। କିଏ ଆଣିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ସମସ୍ତ ଗୁରୁତରଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପୋଲିସ ଘଟଣା ସମ୍ପର୍କରେ ତଦନ୍ତ କରୁଛି। ହେଲେ ଏହି ବିସ୍ଫୋରଣରେ କୌଣସି ମୃତ ହୋଇନଥିବା ଜଣା ପଡିଛି। ଯେଉଁ ୩ ଜଣ ଗୁରୁତର ଅଛନ୍ତି ସେମାନଙ୍କର ଚିକିତ୍ସା ଚାଲିଛି।