fbpx

ଚା’ ଓ କଫି ପିଇବାରୁ ପିଲାଙ୍କୁ କରନ୍ତୁ ବାରଣ, ନଚେତ ଏହି ରୋଗର ହୋଇପାରନ୍ତି ଶିକାର

ଭାରତରେ ଲୋକମାନେ ସକାଳୁ ଉଠୁ ଉଠୁ ଚା କିମ୍ବା କଫି ପିଇବାକୁ ପସନ୍ଦ କରନ୍ତି । ସକାଳୁ ସକାଳୁ ଟିକେ ଚା ନହେଲେ ଲୋକଙ୍କ ନିଦ ଭାଙ୍ଗୁନି।

ବେଶ ବିଦେଶୀ ରେ ସମସ୍ତ ଲୋକଙ୍କ ଚା’ ପ୍ରତି ରହିଛି ଦୁର୍ବଳତା।ବୟସ ବଢ଼ିବା ରେ ଲୋକ ଦିନ ରେ ଦୁଇ ରୁ ତିନି ଥର ଚା’ ପିଅନ୍ତି। ଏହା ଶରୀର ପାଇଁ ଉଚିତ ନୁହେଁ ଏହା ଜାଣି ମଧ୍ୟ ଅନେକ ଲୋକ ପିଅନ୍ତି।

ଆମେ ଅନେକ ସମୟରେ ଦେଖିଛେ ଛୋଟ ଛୋଟ ପିଲା ମାନେ ବୟସ୍କଙ୍କ ଭଳି ଦିନ ରେ ଦୁଇ ରୁ ତିନି ଥର ଚା’ ପିଇଥାଆନ୍ତି। କିନ୍ତୁ ଏହା ସେମାନଙ୍କ ଶରୀର ପାଇଁ ଅନେକ କ୍ଷତି ଘଟାଇ ଥାଏ। ଆପଣଙ୍କ ପିଲାର ଯଦି ଏହି ଅଭ୍ୟାସ ଅଛି ତାହେଲେ ତାକୁ ଏଥିରୁ ଦୁରେଇ ରଖନ୍ତୁ ।

୧୨ ରୁ ୧୮ ବର୍ଷ ବୟସର ପିଲାମାନେ ପ୍ରତିଦିନ ୧୦୦ ମିଗ୍ରା ରୁ ଅଧିକ କଫିନ୍ ଗ୍ରହଣ କରିବା ଉଚିତ୍ ନୁହେଁ । ଯଦି ଆପଣ ପିଲାମାନଙ୍କୁ ଅଧିକ ପରିମାଣର ଚା କିମ୍ବା କଫି ଦିଆଯାଏ । ତେବେ ସେମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

ଚା ଏବଂ କଫିରେ ଟେନିନ୍ ନାମକ ଯୌଗିକ ରହିଥାଏ, ଯାହା ପିଲାମାନଙ୍କୁ କ୍ୟାଲସିୟମ୍ ଏବଂ ଆଇରନ୍‌ ଅବଶୋଷଣ କରିବାରେ ରୋକିଥାଏ । ଏହି କାରଣରୁ ପିଲାମାନେ ରକ୍ତହୀନତାର ଶିକାର ହୁଅନ୍ତି ।

ଯାହା ସେମାନଙ୍କ ପାଇଁ କ୍ଷତିସାଧକ ହୋଇଥାଏ। ଅନେକ ପିଲା ମାନଙ୍କର ଦେଖିବେ ଦାନ୍ତ ସମସ୍ୟା ଦେଖା ଯାଏ। ଏହା ଚା ଓ କଫି ପାଇଁ ହୋଇଥାଏ। ତେଣୁ ଏବେ ସମୟ ଥାଉ ଥାଉ ଆପଣଙ୍କ ପିଲା ଙ୍କୁ ଏଥିରୁ ଦୁରେଇ ରଖନ୍ତୁ।

Get real time updates directly on you device, subscribe now.