ଔପଚାରିକ ଭାବେ UPI ଆରମ୍ଭ କରିଥିବାରୁ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ୟାରିସ୍‌ରେ ଇଫେଲ ଟାୱାରରେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ)କୁ ଔପଚାରିକ ଭାବେ ଆରମ୍ଭ କରାଯିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଛନ୍ତି ।

 

ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ ବୋଲି ସେ କହିଛନ୍ତି ।

 

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି: ‘ଏହା ଦେଖି ବେଶ୍ ଭଲ ଲାଗିଲା-ୟୁପିଆକୁ ବିଶ୍ୱସ୍ତରୀୟ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ ।’