fbpx

ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି କେ ମିଶ୍ର ଆଜି ସମ୍ବଲପୁର ଠାରେ ଓଡ଼ିଶା ଅର୍ଥନୈତିକ ସଂଘର ୫୬ତମ ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇଛନ୍ତି । ସାମ୍ପ୍ରତିକ ବର୍ଷ ଗୁଡ଼ିକରେ ବିଶ୍ୱ ଅର୍ଥନୀତିରେ ଦେଖାଦେଇଥିବା ଅଦ୍ଭୁତ ଅସ୍ଥିରତା ଏବଂ ଅନିଶ୍ଚିତତା ସମ୍ପର୍କରେ ଦର୍ଶାଇ ସମ୍ମିଳନୀର ବିଷୟବସ୍ତୁ ‘ଏକ ଅନିଶ୍ଚିତ ବିଶ୍ୱରେ ସ୍ଥାୟୀ ଅଭିବୃଦ୍ଧି ପାଇଁ ମାର୍ଗ’ର ଗୁରୁତ୍ୱ ଉପରେ ପ୍ରମୁଖ ସଚିବ ଆଲୋକପାତ କରିଛନ୍ତି ।

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଯାତ୍ରା ଉପରେ ଗୁରୁତ୍ୱାରୋପ କରି ଡ. ମିଶ୍ର ଉଚ୍ଚ ଅଭିବୃଦ୍ଧି ପଥ ହାସଲ କରିବା ସହିତ ସ୍ଥାୟୀ ବିକାଶ ପ୍ରାପ୍ତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଛନ୍ତି, ” ଉଚ୍ଚ ଅଭିବୃଦ୍ଧି ଯାହା ସ୍ଥାୟୀ ନୁହେଁ , ତାହା ଅର୍ଥପୂର୍ଣ୍ଣ ହେବ ନାହିଁ’ ।

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ , ସାମ୍ପ୍ରତିକ ସମୟରେ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ପରିବର୍ତ୍ତନ, ସେବା, ବାଣିଜ୍ୟ ଏବଂ ନିଯୁକ୍ତିରେ କୃତ୍ରିମ ବୁଦ୍ଧିମତ୍ତାର ଆହ୍ୱାନ ଏବଂ କାର୍ବନ ନିର୍ଗମନ ହ୍ରାସ ପରିପ୍ରେକ୍ଷୀରେ ଶକ୍ତି ପରିବର୍ତ୍ତନର ଆହ୍ୱାନ ହେଉଛି ବିଶ୍ୱସ୍ତରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଧାରା । ଏହା ପରେ ସେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ ପାଇଁ ଅର୍ଥନୈତିକ ଗବେଷଣା ପାଇଁ କେତେକ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ।

ଡ ମିଶ୍ର ଅର୍ଥନୈତିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ପାର୍ଥକ୍ୟ ବିଷୟରେ ବର୍ଣ୍ଣନା କରିବା ସହ ‘ନିରନ୍ତର’ ଅର୍ଥନୈତିକ ବିକାଶରେ ପରିବେଶ ସମସ୍ୟା, ସାମାଜିକ ସମାନତା ଏବଂ ଦୀର୍ଘମିଆଦୀ ସ୍ଥିରତାକୁ ସନ୍ତୁଳିତ କରିବା ସହିତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏକ ସନ୍ତୁଳିତ ଏବଂ ସ୍ଥିର ବିକାଶ ମଡେଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ଥାୟୀ ଅଭିବୃଦ୍ଧି ଅର୍ଥନୈତିକ, ସାମାଜିକ ଏବଂ ପରିବେଶ ପରସ୍ପର ନିର୍ଭରଶୀଳତାକୁ ବିଚାର କରେ ବୋଲି ସେ କହିଛନ୍ତି ।

୧୯୭୨ ମସିହାରେ ମିଳିତ ଜାତିସଂଘ ମାନବ ପରିବେଶ ସମ୍ମିଳନୀରେ ନିରନ୍ତର ବିଚାରର ସୃଷ୍ଟି ଏବଂ ବିଶ୍ୱସ୍ତରୀୟ ଆହ୍ୱାନ ଗୁଡିକର ସମାଧାନ କରିବା ପାଇଁ ୧୬୯ଟି ଲକ୍ଷ୍ୟ ସହିତ ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ଆକାରରେ ନିରନ୍ତର ବିକାଶ ପାଇଁ ୨୦୩୦ ଏଜେଣ୍ଡା ଉପରେ ପ୍ରମୁଖ ସଚିବ ଆଲୋଚନା କରିଥିଲେ । ସେ କହିଥିଲେ ଯେ ୨୦୩୦ ପାଇଁ ଗ୍ଲୋବାଲ ଏଜେଣ୍ଡାରେ ‘କାହାକୁ ପଛରେ ଛାଡିବା ନାହିଁ’ର ସାର୍ବଜନୀନ ନୀତି ପ୍ରମୁଖ ଅଟେ ।

ପ୍ରଧାନମନ୍ତ୍ରୀଙ୍କ ଭିଜନ ଅଫ୍ ଇଣ୍ଡିଆ ୨୦୪୭କୁ ଦୋହରାଇ , ଶ୍ରୀ ମିଶ୍ର କହିଥିଲେ ଯେ ଭାରତ ମୁଣ୍ଡପିଛା ଆୟର ଆଶାନୁରୂପ ସ୍ତର ହାସଲ କରିବା ଠାରୁ ଆଗକୁ ଯାଇ ସମସ୍ତ ଦିଗରେ ଆତ୍ମନିର୍ଭରଶୀଳ ହେବା ଉଚିତ । ସେ ଆହୁରି ମଧ୍ୟ କହିଥିଲେ ଯେ ମହିଳାମାନେ ଭାରତର ବିକାଶ କାହାଣୀର ନେତୃତ୍ୱ ନେବେ, ଅର୍ଥ ବ୍ୟବସ୍ଥା ଅଧିକ ସମାବେଶୀ ହେବ ଏବଂ ଅଭିନବ ହେବ ଏବଂ ଆମ ଜାତୀୟ ଜୀବନରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ରହିବ ନାହିଁ ।

ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଭାରତର ପ୍ରୟାସକୁ ଦୃଷ୍ଟିରେ ରଖି ଶ୍ରୀ ମିଶ୍ର ଏସଡିଜି ହାସଲ ପାଇଁ ଭାରତର ପ୍ରୟାସ ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ପରେ ସେ ବିପଦ ଏବଂ ଅନିଶ୍ଚିତତାର କିଛି ବିଚାରଯୋଗ୍ୟ ଦିଗକୁ ବିଶ୍ଳେଷଣ କରିଥିଲେ , ଯାହା ଏସଡିଜି ପ୍ରକାଶ ପାଇବା ସମୟରେ ବିଦ୍ୟମାନ ନଥିଲା ଏବଂ ଏହା ପରେ ଅର୍ଥନୈତିକ ଗବେଷଣା ପାଇଁ କିଛି ପ୍ରସଙ୍ଗ ଗୁଡିକୁ ଉପସ୍ଥାପନ କରିଛନ୍ତି ।

ସ୍ଥାୟୀ ବିକାଶ ପାଇଁ ଗତ ୧୦ ବର୍ଷ ମଧ୍ୟରେ ଭାରତ ସରକାରଙ୍କ ପ୍ରୟାସ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ । ଏକ ସ୍ଥାୟୀ ଏବଂ ଉନ୍ନତ ଭବିଷ୍ୟତ ପାଇଁ ନୂତନ ଧାରଣା ଆପଣେଇବା ଉପରେ ଗୁରୁତ୍ୱାରୋପ କରି ଭାରତ ନେତୃତ୍ୱାଧୀନ ଜି-୨୦ ଅଧ୍ୟକ୍ଷତା ଏହାର ଅଭୂତପୂର୍ବ ବ୍ୟାପକତା ଏବଂ ସଫଳତା ପାଇଁ ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି ବୋଲି ସେ କହିଥିଲେ । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ପ୍ରୟାସରେ ଲାଇଫ୍ (ପରିବେଶ ପାଇଁ ଜୀବନଶୈଳୀ) ଏବଂ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ (ସିଡିଆରଆଇ) ଏବଂ ଅନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସଏ) ଭଳି ବିଶ୍ୱସ୍ତରୀୟ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ଉଦାହରଣ ବୋଲି ସେ କହିଛନ୍ତି ।

ଶ୍ରୀ ମିଶ୍ର ଅମୃତ କାଳ ପାଇଁ ଭାରତର ଦୃଷ୍ଟିକୋଣକୁ ଦୋହରାଇଥିଲେ ଯେଉଁଥିରେ ୨୦୪୭ ସୁଦ୍ଧା ନିରନ୍ତର ବିକାଶ ଏବଂ ଅସମାନତା ହ୍ରାସ କରିବା ଅନ୍ତର୍ଭୁକ୍ତ । କୋଭିଡ୍‌-୧୯ ମହାମାରୀ ସମୟରେ ସଂସ୍କାରର ମାର୍ଗ ବାଛିଥିବା ଭାରତର ପ୍ରୟାସ ଉପରେ ସେ ଆଲୋକପାତ କରିଥିଲେ । ୨୦୧୭ରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଏବଂ ଇନସଲଭେନ୍ସି ଆଣ୍ଡ ୍ ବ୍ୟାଙ୍କରପ୍‌ସି କୋଡ୍ / ଦେବାଳିଆ ଏବଂ ଋଣଶୋଧନ ଅକ୍ଷମତା କୋର୍ଡ (ଆଇବିସି) କାର୍ଯ୍ୟକାରୀ କରିବା, ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ପ୍ରଚଳନ ଯେଉଁଥିରେ ସ୍ୱଚ୍ଛତା ଓ ଉତ୍ତର ଦାୟିତ୍ୱ ଅଣାଯାଇପାରିବ, ଯେଉଁଥିରେ ଅର୍ଥ ବ୍ୟବସ୍ଥାକୁ ଉନ୍ମୁକ୍ତ କରିବା ବଦଳରେ ରାଜନୈତିକ ପୁଞ୍ଜିର ଗୁରୁତ୍ୱପୂର୍ଣ୍ଣ ନିବେଶର ଆବଶ୍ୟକତା ଥିଲା ।

Get real time updates directly on you device, subscribe now.