କୋରାପୁଟ: କୋରାପୁଟ ସେମିଳିଗୁଡ଼ାରେ ହଲିଉଡ୍ ତଥା ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ । ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମର ସୁଟିଂ ପାଇଁ ପ୍ରିୟଙ୍କା ଓଡ଼ିଶା ଆସିଥିବା ଜଣାପଡ଼ିଛି ।
ସେମିଳିଗୁଡ଼ାର ଏକ ହୋଟେଲରେ ପ୍ରିୟଙ୍କା ବର୍ତ୍ତମାନ ଆସି ପହଞ୍ଚିଛନ୍ତି । ତଳମାଳି ପାହାଡ଼ ପାଦଦେଶରେ ଚାଲିଛି ପାନ୍ ଇଣ୍ଡିଆନ୍ ଫିଲ୍ମର ସୁଟିଂ । ଯେଉଁଥିରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ ମଧ୍ୟ ଅଭିନୟ କରୁଛନ୍ତି ।
ଗତକାଲି ମହେଶ ବାବୁଙ୍କ ସହ ସୁଟିଂ ଚାଲିଥିବାବେଳେ ଆଜି ପ୍ରିୟଙ୍କା ଆସିଛନ୍ତି ।