fbpx

ବିଦେଶରେ କରୱାଚୌଥ ପାଳିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ,୫ ।୧୧: ସଧବା ମହିଳା ମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ କରୱାଚୌଥ ବ୍ରତ ପାଳନ କରିଥାଆନ୍ତି। ଏହିଦିନ ମହିଳା ମାନେ ନବବଧୂ ଭଳି ସଜ୍ଜିତ ହୁଅନ୍ତି। କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପ୍ରିୟଙ୍କା ଚୋପ୍ରା ବିବାହ ପରେ ନିଜ ସ୍ୱାମୀଙ୍କ ସହ ଏବେ ଆମେରିକାରେ ରହୁଛନ୍ତି । କରୱାଚୌଥ ଅବସରରେ ସେ କେତେକ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଏହି ଫଟୋରେ ସେ ‘ପରଦେଶ ମେ ନିକଲ୍ ଚାନ୍ଦ’ କ୍ୟାପସନ ଲେଖିଛନ୍ତି । ଏଥିସହ କରୱାଚୌଥ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.