fbpx

ୱାୟନାଡ ଯାଇ ଫସିଗଲେନି ତ ପ୍ରିୟଙ୍କା ଗାନ୍ଧୀ? ଜାଣନ୍ତୁ କ’ଣ ରହିଛି ବିଜେପିର ପ୍ଲାନ

Advertisement

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଖୁବ ଶିଘ୍ର ସଂଦସରେ ନଜର ଆସିପାରନ୍ତି । ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ନେଇଛନ୍ତି ଯେ ସେ ୱାୟନାଡ ସିଟରୁ ଇସ୍ତଫା ନେଉଛନ୍ତି । ବର୍ତ୍ତମାନ ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧୀ । ତେବେ ବିଜେପି ପ୍ରବକ୍ତା ଶହଜାଦ ପୁନାୱାଲ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀଙ୍କୁ କେରଳ ୱାୟନାଡ ସିଟରେ ସିପିଆଇ ବିରୋଧର ସାମ୍ନା କରିବାକୁ ପଡିବ । ସେ କହିଛନ୍ତି ଯେ, ବିଜେପି ପ୍ରିୟଙ୍କାଙ୍କୁ ଘେରିବା ପାଇଁ କେଉଁ ପ୍ଲାନ କରିଛି ।

ରାଜନୈତିକ ଡିବେଟରେ ଭାଗ ନେଇ ଶହଜାଦ ପୁନାୱାଲା କହିଛନ୍ତି ଯେ, ଯେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ବାରଣାସୀ ଏବଂ ବଡୋଦରାରୁ ନିର୍ବାଚନ ଲଢୁଥିଲେ, ତେବେ ଜନତାଙ୍କୁ ଜଣାଥିଲା ଯେ, ସେ ଗୋଟିଏ ସିଟ ଛାଡିବେ । ବଡୋଦରାର ଜନତାଙ୍କୁ ଧୋକା ଦେଇନାହାନ୍ତି । ଅନ୍ୟପଟେ ୱାୟନାଡ ଜନତାକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ କୁହାଯାଇନଥିଲା ଯେ, ରାହୁଲ ଗାନ୍ଧୀ ଦୁଇ ସ୍ଥାନରେ ନିର୍ବାଚନ ଲଢୁଛନ୍ତି ବୋଲି । ରାହୁଲ ପ୍ରଥମେ ଅମେଥିକୁ ଭୁଲି ଗଲେ ଏବଂ ପୁଣି ୱାୟନାଡ ପହଞ୍ଚିଲେ । ବର୍ତ୍ତମାନ ସେ ୱାୟନାଡ ବି ଭୁଲିଯାଉଛନ୍ତି । ସିପିଆଇ ନେତା ଏନୀ ରାଜା ଏହାକୁ ପୂର୍ବରୁ ସ୍ପଷ୍ଟ କରିଥିଲେ ।

ବିଜେପି ପ୍ରବକ୍ତା ଈସାରା ଦେଇ କହିଛନ୍ତି ଯେ, କଂଗ୍ରେସ ପରିବାରରେ ନିଷ୍ପତ୍ତି ନିଆଯାଇଛି ଯେ, ତୃତୀୟ ସଦସ୍ୟଙ୍କୁ ମଧ୍ୟ ସଂସଦକୁ ପଠାଯିବ । ଏହା ହେଉଛି ସେମାନଙ୍କ ପ୍ଲାନ, କିନ୍ତୁ ସେମାନେ ୱାୟନାଡ ଜନତାଙ୍କୁ ଧୋକା ଦେବା କଥା ନୁହେଁ । ସେ କହିଛନ୍ତି ଯେ, ଭାଇ ଭଉଣୀଙ୍କୁ କୁହାଯାଇଛି ଯେ, ରାଜନୈତିକ ଉତ୍ତରାଧିକାରୀ କେବଳ ପୁଅ ହେବ । ସେଥିପାଇଁ ଭଉଣୀଙ୍କୁ ୱାୟନାଡ ପଠାଗଲା । ବର୍ତ୍ତମାନ ଭାଇ ନିଜେ ଚାମ୍ପିୟନ ପରି ଉପସ୍ଥାପନା କରୁଛନ୍ତି । ବର୍ତ୍ତମାନ ସେ ନିଜକୁ ପିଏମଙ୍କ ପରି ରଖିବାକୁ ପ୍ରୟାସ କରୁଛନ୍ତି ।

Get real time updates directly on you device, subscribe now.