fbpx

କଂଗ୍ରେସରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହି ଅବସରରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକା ।

ସୂଚନା ମୁତାବକ, କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ତାଙ୍କର ଟିକଟ କଟିବାରୁ ନିକଟରେ ପ୍ରବୋଧ ଖୁବ୍ ନିରାଶ ହୋଇଥିଲେ । କଂଗ୍ରେସ ପ୍ରଥମେ ପ୍ରବୋଧଙ୍କୁ ସୁନ୍ଦରଗଡ଼ ଜିଲ୍ଲା ତଳସରା ଆସନରୁ ପ୍ରାର୍ଥୀ କରିଥିଲା । ମାତ୍ର ପରେ ତାଙ୍କ ବଦଳରେ ଦଳ ଦେବେନ୍ଦ୍ର ଭିଟାରିଆଙ୍କୁ ପ୍ରାର୍ଥୀ କରିଥିଲା । ତେଣୁ ସେଥିପାଇଁ ସେ ନିରାଶ ହୋଇ ଦଳରୁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଗତବର୍ଷ ସେପ୍ଟେମ୍ବର ମାସରେ ପ୍ରବୋଧ କଂଗ୍ରେସରେ ଯୋଗ ଦେଇଥିଲେ । ପ୍ରବୋଧ କଂଗ୍ରେସ ଛାଡ଼ିବା ପରେ ଦଳକୁ ଲାଗିଛି ଏକ ବଡ଼ ଝଟକା ।

Get real time updates directly on you device, subscribe now.