fbpx

ପ୍ରସାଦଙ୍କ ପ୍ରେସମିଟରେ ନିରଞ୍ଜନଙ୍କୁ ବାଣ: ବିଜେଡି ସହ ଯୋଗାଯୋଗ ପ୍ରସଙ୍ଗକୁ କଲେ ଖଣ୍ଡନ, କହିଲେ ମୁଁ ବେପାରୀ ନୁହେଁ ଡିଲ୍ କରିବି

ପ୍ରେସମିଟରେ କାନ୍ଦି ପକାଇଲେ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ । ପୁରୀ ସତ୍ୟବାଦୀଠାରେ କଂଗ୍ରେସ ଦଳ ଜିଲ୍ଲାପରିଷଦ ପ୍ରାର୍ଥୀ ନଦେବା ପ୍ରସଙ୍ଗକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ପ୍ରସାଦ । ଏହା ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ମଧ୍ୟ ବର୍ଷିଛନ୍ତି କଂଗ୍ରେସର ପୁରୁଖା ନେତା । ଟିକେଟ ଦେବା ଦାୟିତ୍ୱ ପିସିସି ସଭାପତିଙ୍କର ବୋଲି କହିଛନ୍ତି ପ୍ରସାଦ । ତା ସହିତ ଆଜିର ଏହି ପ୍ରେସମିଟରେ ସେ ଖୁବ ଭାବବିହ୍ୱଳ ହୋଇ ପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି । କୋହ ଭରା କଣ୍ଠରେ ଆଗକୁ ୨୦୨୪ ସାଧାରଣ ନିର୍ବାଚନ ଲଢିବି ନାହିଁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

କେବଳ ସେତିକି ନୁହେଁ ଖଣି ପାଣି କୌଣସି ଦୁର୍ନୀତିରେ ତାଙ୍କ ଯୋଗଦାନ ନାହିଁ କି ସେ କେବେ ଶାସକ ଦଳ ସହ ଡ଼ିଲ୍ କରି ନାହାନ୍ତି ବୋଲି କହି ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି । ଦୀର୍ଘ ୩୩ ବର୍ଷ ଧରି ଗୋଟିଏ ଘର, ଗୋଟିଏ ପରିବାରର ସଦସ୍ୟ ଭାବେ ସେ ନିଷ୍ଠାର ସହ ରାଜନୀତି କରିଛନ୍ତି । ଏମିତିକି ବିଜେଡ଼ିରୁ ୨୦୦୨ରେ ବି ଅଫର ଆସିଥିଲା । କିନ୍ତୁ ବିଜେଡ଼ି ସହ କୌଣସି ଭିତିରିଆ ସମ୍ପର୍କ କି ଯୋଗାଯୋଗ ନାହିଁ ବୋଲି ସଫା ସଫା କହିଛନ୍ତି ପ୍ରସାଦ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.