ହାତରେ ବୀଣା ନେଇ ଯେ କେହି ନାରାୟଣ-ନାରାୟଣ କୁହେ, ତେବେ ତୁରନ୍ତ ମନରେ ଦେବର୍ଷି ନାରଦଙ୍କ ପ୍ରତିମୂର୍ତ୍ତି ଆସିଥାଏ । ସେ ବିଭିନ୍ନ ସ୍ଥାନ ଭ୍ରମଣ କରି ଗୋଟିଏ ଲୋକର କଥାକୁ ଅନ୍ୟ ଲୋକରେ ପହଞ୍ଚାଇଥାନ୍ତି, ସେଥିପାଇଁ ତାଙ୍କୁ ଆଦି ପତ୍ରକାର କୁହାଯାଏ । ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ କୃଷ୍ଣ ପ୍ରତିପାଦ ଦିନ ତାଙ୍କ ଜୟନ୍ତୀ ପାଳନ କରାଯାଏ । ଚଳିତ ବର୍ଷ ନାରଦ ଜୟନ୍ତୀ ମେ’ ୧୭ରେ ପଡୁଛି ।
ତେବେ ଆଦି ପତ୍ରକାର ନାରଦ ପ୍ରଜାପତି ବ୍ରହ୍ମାଙ୍କ କୋଳରୁ ଜନ୍ମ ହୋଇଥିବା କାରଣରୁ ତାଙ୍କୁ ମାନସ ପୁଅ କୁହାଯାଏ, କିନ୍ତୁ ତାଙ୍କ ଜନ୍ମର କାହାଣୀ ଅତ୍ୟନ୍ତ ରୋଚକ । ଯେତେବେଳେ ବ୍ରହ୍ମା ତାଙ୍କୁ ବ୍ରହ୍ମାଣ୍ଡ ବିସ୍ତାର କରିବାକୁ ଆଦେଶ ଦେଇଥିଲେ, ସେବେ ନାରଦ ଏହାକୁ ମାନିବାକୁ ମନା କରିଥିଲେ ଓ କହିଥିଲେ ଯେ, ‘ଅମୃତଠାରୁ ଅଧିକ ପ୍ରିୟ ଶ୍ରୀ କୃଷ୍ଣଙ୍କ ସେବା ଛାଡ଼ି ମୂର୍ଖ ବିଷୟ ଆକାରର ବିଷ ପାନ କରିବ ।’
ଏହାକୁ ଶୁଣି ବ୍ରହ୍ମା ଅତ୍ୟଧିକ କ୍ରୋଧିତ ହୋଇ ନାରଦଙ୍କୁ ଅଭିଶାପ ଦେଇଥିଲେ । ସେ ଅଭିଶାପ ଦେଇ କହିଥିଲେ ଯେ, ‘ତୁମ ଜ୍ଞାନ ଲୋପ ପାଇଯିବ ।’ ଏହା ପ୍ରଭାବରେ ନାରଦ ପ୍ରଥମେ ଉପବର୍ହଣ ନାମକ ଗନ୍ଧର୍ବ ହେଲେ ଓ ଚିତ୍ରରଥ ଗନ୍ଧର୍ବର ୫୦ ଝିଅ ତାଙ୍କୁ ସ୍ୱାମୀ ଭାବେ ବର୍ଣ୍ଣନା କରିଥିଲେ । ରମ୍ଭା ଅପସରାର ନୃତ୍ୟ ଦେଖି କାମମୋହିତ ହେବାରୁ ବ୍ରହ୍ମା ତାଙ୍କୁ ଶୁଦ୍ର ଯୋନିରେ ଯିବାର ଅଭିଶାପ ଦେଇଥିଲେ ।
ଉପବର୍ହଣ ତୁରନ୍ତ ଯୋଗ କ୍ରିୟାରୁ ଶରୀର ଛାଡ଼ିଲେ ଓ ପରେ ଦ୍ରୁମିଲ ଗୋପାଳର ପତ୍ନୀ କଲାବତୀର ପୁଅ ଭାବେ ଜନ୍ମ ହୋଇ ଦାସୀ ପୁତ୍ର ହେଲେ । ଦାସୀ ପୁତ୍ର ଭାବେ ଚତୁର୍ମାସରେ ସାଧୁଙ୍କ ସେବା କରିବାକୁ ସନ୍ଥଭାବେ ତାଙ୍କୁ ଭଗବାନଙ୍କ ରୂପକୁ ଧ୍ୟାନ ଓ ନାମ ଜପ କରିବାକୁ ଉପଦେଶ ଦେଇଥିଲେ ।
ଏହାରି ମଧ୍ୟରେ ତାଙ୍କ ମା’ ମଲାବତୀଙ୍କ ମୃତ୍ୟୁ ହୋଇଥିଲା, ଫଳରେ ସେ ଜଙ୍ଗଲରେ ଥିବା ଏକ ଓସ୍ତଗଛ ମୂଳରେ ତପସ୍ୟା ଆରମ୍ଭ କରିଥିଲେ । ସେବେ ପ୍ରଭୁ ତାଙ୍କ ହୃଦୟରେ ପ୍ରକଟ ହେଲେ, କିନ୍ତୁ ବିଜୁଳି ଗତିରେ ଗାଏବ୍ ହୋଇଗଲେ । ଦର୍ଶନ ପାଇଁ ବ୍ୟାକୁଳ ହେବାରୁ ଆକାଶବାଣୀ ହେଲା କି, ଏବେ ତୁମେ ମୋ ଦର୍ଶନ ପରବର୍ତ୍ତୀ ଜନ୍ମରେ କରିପାରିବ ।
ଏହା ପରେ ବୟସ ସରିବାରୁ ଦାସୀ ପୁଅଙ୍କର ମୃତ୍ୟୁ ହୋଇଗଲା ଓ ସେ ପୁଣି ଥରେ ବ୍ରହ୍ମାଙ୍କ ମାନସ ପୂତ୍ର ଭାବେ ଜନ୍ମ ହୋଇଥିଲେ । ସେବେ ସେ ବୀଣା ବଜାଇ ପ୍ରଭୁଙ୍କ ଗୁଣଗାନ କରୁଥିଲେ । ଯେବେ ସେ ହୃଦୟର ସହ ପ୍ରଭୁଙ୍କୁ ଡାକନ୍ତି, ସେବେ ଭଗବାନ ତୁରନ୍ତ ମନରେ ପ୍ରକଟ ହୁଅନ୍ତି । ତେବେ ନାରଦ ଜି ଜଣେ ଦେବର୍ଷି ହେବା ସହ ବେଦାନ୍ତ, ଯୋଗ, ଜ୍ୟୋତିଷ, ଔଷଧ, ସଙ୍ଗୀତ ଓ ଭକ୍ତିର ମୁଖ୍ୟ ଆଚାର୍ଯ୍ୟ । ପୃଥିବୀରେ ଭକ୍ତିର ବିସ୍ତାର କରିବାର ଶ୍ରେୟ ତାଙ୍କୁ ହିଁ ଦିଆଯାଏ ।