୧୦୩ ଟେଷ୍ଟ ମ୍ୟାଚରେ ୭,୧୯୫ ରନ୍ କରି କ୍ରିକେଟକୁ Bye Bye କଲେ ପୂଜାରା, ଜାଣନ୍ତୁ ଖେଳାଳିଙ୍କ ପାଖରେ ଅଛି କେତେ ସମ୍ପତ୍ତି

କ୍ୟାରିୟରର ଟପ୍ରେ ଥାଇ କ୍ରିକେଟରୁ ନେଲେ ସନ୍ୟାସ । ତାଙ୍କର ମାସିକ ଆୟ ପ୍ରାୟ ୧୫ ଲକ୍ଷ ଟଙ୍କା ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସାନଦାର୍ ଖେଳାଳି ଚେତେଶ୍ୱର ପୂଜାରା କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ପୂଜାରା ଏତେ ଜଲଦି କ୍ରିକେଟ ମଇଦାନରୁ ଓହରିଯିବେ ବୋଲି କେହି ଚିନ୍ତା କରି ନ ଥିଲେ ।

ଏ ନେଇ ସେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉଁତିରେ ସେ କ୍ରିକେଟ ଟିମକୁ ଧନ୍ୟବାଦ ଦେଇଛନ୍ତି, ଯାହା ଅତ୍ୟନ୍ତ ଭାବବିହ୍ୱଳ ପୋଷ୍ଟ ବୋଲି କୁହାଯାଉଛି ।

୩୭ ବର୍ଷୀୟ ପୂଜାରା ନିଜ କ୍ୟାରିୟରରେ ମୋଟ ୧୦୩ଟିଟେଷ୍ଟ ମ୍ୟାଚ ଖେଳିଥିବାବେଳେ ସେ ମୋଟ ୭,୧୯୫ ରନ୍ ସଂଗ୍ରହ କରିଛନ୍ତି । ପୂଜାରୀଙ୍କ ଆଭରେଜ୍ ରନ୍ ରେଟ୍ ରହିଛି ୪୩.୬ ରନ୍ ।

ରିପୋର୍ଟ ମୁତାବକ ପୂଜାରା ମୋଟ ୨୪ କୋଟି ଟଙ୍କା ସମ୍ପତ୍ତିର ମାଲିକ । ତାଙ୍କର ମାସିକ ଆୟ ପ୍ରାୟ ୧୫ ଲକ୍ଷ ଟଙ୍କା । ଡେମେଷ୍ଟିକ୍ କ୍ରିକେଟରୁ ପୂଜାରା ମୋଟା ଅଙ୍କର ଟଙ୍କା ରୋଜଗାର କରନ୍ତି ।

ପୂଜାରା ବିସିସିଆଇର ଗ୍ରୋଡ୍ ବି ଖେଳାଳି । ଏ ନେଇ ବିସିସିଆଇ ସହ ତାଙ୍କର ୨୦୨୨-୨୩ରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ବି- ଗ୍ରେଡ୍ କଣ୍ଟ୍ରାକ୍ଟରେ ଥିବା ଖେଳାଳି ୩ କୋଟି ଟଙ୍କାରେ ସ୍ୱାକ୍ଷର କରିଛନ୍ତି ।

୨୦୨୮-୧୯ ସିରିଜରେ ପୂଜାରା ୩ଟି ସେନଚୁରି ମାରିଥିଲେ । ଏହି ୩ଟି ଯାକ ସିରିଜ୍ ଏଡେଲେଡ୍, ମେଲବର୍ନ ଏବଂ ସିଡନୀରେ ଖେଳାଯାଇଥିଲା । ଯେଉଁଥିରେ ଇଣ୍ଡିଆର ବିଜୟ ସୁନିଶ୍ଚିତ ପୂଜାରାଙ୍କ ପାଇଁ ହୋଇଥିଲା ।