ପୁଣି ଇତିହାସ ରଚିଲା ପୁଷ୍ପା ‘ଫିଲ୍ମରେ ବିହାରୀ ଛୁଙ୍କ ସାଙ୍ଗକୁ ଭୋଜପୁରୀ ତଡ଼କା’ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଆପଣେଇଲା ଏହି ଫର୍ମୁଲା…

ପାଟନା: ରିଲିଜ୍ ପୂର୍ବରୁ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଲାଣି । ଆଉ ଫିଲ୍ମଟି ରିଲିଜ ହେବା ପରେ ଲୋକଙ୍କୁ ସଠିକ୍ ମନୋରଞ୍ଜନର ଖୋରାକ ଯୋଗାଇବ ନିଶ୍ଚୟ । ଆମେ କହୁଛୁ ଅଲୁ ଅର୍ଜୁନଙ୍କ ସିନେମା ପୁଷ୍ପା୨ -ଦ ରୁଲ୍ କଥା । ଆଜି ଫିଲ୍ମର ଟ୍ରେଲର ରିଲିଜ୍ ହେବାକୁ ଯାଉଛି । ତା’ ପୁଣି ଦିଲ୍ଲୀ, ମୁମ୍ବାଇ କିମ୍ବା ଚେନ୍ନାଇ ନୁହେଁ ବରଂ ପାଟନାରେ । ଆଜ୍ଞା ଆପଣ ଠିକ୍ ପଢ଼ିଛନ୍ତି । ବିହାର ରାଜଧାନୀ ପାଟନାରେ ପ୍ରଥମ ଥର ଲାଗି ହାଇବଜେଟ ଫିଲ୍ମର ଟ୍ରେଲର ଲଞ୍ଚ ହେବାକୁ ଯାଉଛି । ରବିବାର ସନ୍ଧ୍ୟା ୫ଟାବେଳେ ଟ୍ରେଲର ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି । ଏନେଇ ପୁଷ୍ପା-୨ ଟିମ୍ ପାଟନାରେ ପହଞ୍ଚି ସାରିଛି । ଟ୍ରେଲର ଲଞ୍ଚ ନେଇ ପାଟନାସ୍ଥିତ ଗାନ୍ଧୀ ମଇଦାନରେ ବ୍ୟାପକ ପ୍ରସ୍ତୁତି କରାସରିଛି । ଭାରତୀୟ ସିନେ ଜଗତରେ ପୁଷ୍ପା ଇତିହାସ ସୃଷ୍ଟି କରିଛି । କାରଣ କୌଣସି ବିଗ୍ ବଜେଟ୍ ଫିଲ୍ମ ଟ୍ରେଲର ଲଞ୍ଚ ପାଇଁ କେବେ ବିହାରକୁ ବାଛି ନାହାନ୍ତି । ବଲିଉଡ୍ ଫିଲ୍ମଗୁଡ଼ିକର ଟ୍ରେଲର ମୁଖ୍ୟତଃ ଦିଲ୍ଲୀ କିମ୍ବା ମୁମ୍ବାଇରେ ରିଲିଜ୍ ହେଉଥିବା ବେଳେ ସାଉଥ୍ ଫିଲ୍ମ ଚେନ୍ନାଇ ଓ ହାଇଦ୍ରାବାଦକୁ ବାଛନ୍ତି ।

ପୁଷ୍ପା -୨ରେ ବିହାରୀ ଷ୍ଟାଇଲ ଏବଂ ଭୋଜପୁରୀ ଭାଷାର ବ୍ୟବହାର ହୋଇଥିବା ନେଇ ମେକର୍ସ ପାଟନାରେ ଫିଲ୍ମର ଟ୍ରେଲର ଲଞ୍ଚ କରିବାକୁ ଯୋଜନା କରିଥିବା କୁହାଯାଉଛି । ଅନ୍ୟପଟେ ଫିଲ୍ମର କାହାଣୀ ଗ୍ୟାଙ୍ଗଷ୍ଟାର ଉପରେ ଆଧାରିତ ହୋଇଥିବାରୁ ବିହାର ଲୋକେ ଏହାକୁ ଅଧିକ ଅନୁଭବ କହିପାରିବେ ବୋଲି କିଛିଙ୍କ କହିବା କଥା । ମୁଖ୍ୟତଃ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବା ଏବଂ ଫିଲ୍ମର କ୍ରେଜ୍ ବଢ଼େଇବା ପାଇଁ ପାଟନାକୁ ଟାର୍ଗେଟ କରାଯାଇଥିବା ଆଲୋଚନା ହେଉଛି । କୌଣସି ପାନ୍- ଇଣ୍ଡିଆନ୍ ମୁଭି ର ଟ୍ରେଲର ପାଟନାରେ ଲଞ୍ଚ ହେବାରେ ଏ ଘଟଣା ପ୍ରଥମ । ସନ୍ଧ୍ୟାରେ ଟ୍ରେଲର ଲଞ୍ଚ ପରେ ୬ଟା ବାଜି ୩ ମିନିଟରେ ଡିଜିଟାଲରେ ଟ୍ରେଲର ଲଞ୍ଚ କରାଯିବ । ସୁକୁମାରଙ୍କ ନିଦେ୍ର୍ଦଶିତ ଏହି ଫିଲ୍ମ ଡିସେମ୍ବର ୫ ତାରିଖରେ ରିଲିଜ ହେବ । ଏଥିରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫାହଦ ଫାସିଲ ପ୍ର୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି ।