fbpx

ରାଜ୍ୟରେ ସରକାରୀ ବାସଗୃହ ଆବଣ୍ଟନ ସହଜ କରିବାକୁ କାଲିଠୁ କାର୍ଯ୍ୟକ୍ଷମ ହେବ କ୍ୱାର୍ଟର ମ୍ୟାନେଜମେଣ୍ଟ ସିଷ୍ଟମ

ଭୁବନେଶ୍ୱର: ରାଜ୍ୟରେ ସରକାରୀ ବାସଗୃହ ଆବଣ୍ଟନ ସୁବିଧାଜନକ ପାଇଁ ଆସନ୍ତାକାଲିଠାରୁ କ୍ୱାର୍ଟର ମ୍ୟାନେଜ୍‍ମେଣ୍ଟ ସିଷ୍ଟମ୍‍ କ୍ୟୁଏମ୍‍ଏସ୍‍-୨.୦ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ । ବାସଗୃହ ଆବେଦନ ଆବଣ୍ଟନ ଛୁଟି ଏବଂ ଅନ୍‍ଲାଇନ୍‍ ପ୍ଲାଟଫର୍ମରେ ଏନ୍‍ଓସି, ଏନ୍‍ଡିସି ଜାରି କରିବାଠାରୁ ଆରମ୍ଭ କରି ବାସଗୃହ ପରିଚାଳନା ସହ ଜଡିତ ସମସ୍ତ କାର୍ଯ୍ୟକଳାପକୁ ଏହି ନୂଆ ଆପ୍ଲିକେଶନ ମାଧ୍ୟମରେ ପରିଚାଳିତ କରାଯିବ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବ୍ୟବସ୍ଥାକୁ ଗତ ୬ ତାରିଖ ଦିନ ଲୋକସେବା ଭବନର କନଭେନସନ ସେଣ୍ଟରଠାରେ ଶୁଭାରମ୍ଭ କରିଥିଲେ ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ପାଇଁ ୩ଟି ସୁଲଭ ବାସଗୃହ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ଏହି ପ୍ରକଳ୍ପ ଗୁଡିକ ହେଲା- ଚନ୍ଦ୍ରଶେଖରପୁର ବୁଦ୍ଧବିହାରରେ ସୁଲଭ ବାସଗୃହ, ସତ୍ୟନଗର ଶାନ୍ତିପଲ୍ଲିରେ ବସ୍ତି ପୁନଃର୍ବିକାଶ ପ୍ରକଳ୍ପ ଓ ସୁବୁଦ୍ଧିପୁରରେ ସୁଲଭ ବାସଗୃହ ପ୍ରକଳ୍ପ। ଏହି ସବୁ ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ହିତାଧିକାରୀମାନଙ୍କୁ ନୂଆ ଘରର ଚାବି ହସ୍ତାନ୍ତର କରିଛନ୍ତି। ଏହି ୩ଟି ପ୍ରକଳ୍ପରେ ସମୁଦାୟ ୧୭୨୨ ଜଣ ହିତାଧିକାରୀ ଘର ପାଇଛନ୍ତି । ଏହି ସମସ୍ତ ପ୍ରକଳ୍ପ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ବାରା ନିର୍ମାଣ କରାଯାଇଛି।

Get real time updates directly on you device, subscribe now.