fbpx

କରୋନା ରୋଗୀଙ୍କ ପାଇଁ ‘ହେଲୋ ଡ଼କ୍ଟର’ରେ ଯୋଗଦେବାକୁ ଡାକ୍ତରମାନଙ୍କୁ ଅନୁରୋଧ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ ୦୧ ।୦୫ : କରୋନା ରୋଗୀଙ୍କ ସାହାଯ୍ୟ ଲାଗି ‘ମେଡିକାଲ ଆଡଭାଇଜରି ହେଲ୍ପ ଲାଇନ୍’ ହୋଇଛି । ଏହାରା ଶୁଭାରମ୍ଭ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଟ୍ୱିଟ୍ କରି ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ ଦେଶବାସୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଏକଜୁଟ ହେବା ଦରକାର । ଏନେଇ ଆମେ ‘ହେଲୋ ଡକ୍ଟର’ ନାମରେ ଏକ ‘ମେଡିକାଲ୍ ଆଡଭାଇଜରି ହେଲପ୍ ଲାଇନ୍ ଆରମ୍ଭ କରିଛୁ। ଡାକ୍ତରୀ ପରାମର୍ଶ ପାଇଁ ଦୟାକରି +୯୧୯୯୮୩୮୩୬୮୩୮କୁ ଫୋନ୍ କରନ୍ତୁ। କୋଭିଡ୍ ମୁକାବିଲା ପାଇଁ ଡାକ୍ତରଙ୍କ ପରାମର୍ଶ ଆବଶ୍ୟକ କରୁଥିବା ବ୍ୟକ୍ତଙ୍କୁ ସାହାଯ୍ୟ କରିବା ଲାଗି ଅନୁରୋଧ କରିଛନ୍ତି ରାହୁଲ ଗାନ୍ଧୀ । ଏଭଳି ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଦେଶ ସମସ୍ତଙ୍କ ଠାରୁ ସାହାଯ୍ୟ ଓ ସମବେଦନା ଆବଶ୍ୟକ କରୁଛି । ରେଗୀଙ୍କୁ ପରାମର୍ଶ ଦେବା ପାଇଁ ‘ଏଆଇସିସି’ ଦ୍ୱାରା ଆରମ୍ଭ କରାଯାଇଥିବା ‘ହେଲୋ ଡ଼କ୍ଟର’ ହେଲ୍ପ ଲାଇନରେ ନିଜର ନାମ ଦୟାପୂର୍ବକ ପଞ୍ଜିକରଣ କରିବା ଲାଗି ଡାକ୍ତରଙ୍କ ନିବେଦନ କରିଛନ୍ତି ରାହୁଲ ଗାନ୍ଧୀ । ସେପଟେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷରୁ ଅଧିକ ହୋଇଯାଇ ଥିବା ବେଳ ମୃତ୍ୟୁ ସଂଖ୍ୟ ୩ହଜାର ୫ଶହରେ ପହଞ୍ଚିଛି ।

Get real time updates directly on you device, subscribe now.