fbpx

ଜାଲିଆନାୱାଲା ବାଗର ପୁନଃନିର୍ମାଣକୁ ନେଇ କ୍ଷୁବ୍ଧ ରାହୁଲ ଗାନ୍ଧୀ, କହିଲେ- ମୁଁ ସହିଦର ପୁଅ

Advertisement

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଜାଲିଆନାୱାଲା ବାଗ ସ୍ମାରକୀ ସ୍ଥଳର ପୁନଃନିର୍ମାଣ କରାଯିବା ପରେ ଏହାର ଭବ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ପ୍ରଶ୍ନ ଉଠିଛି । ଏହି ସବୁ ପ୍ରଶ୍ନକୁ ନେଇ ମଙ୍ଗଳବାର ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ଏହା ସହିଦଙ୍କ ପ୍ରତି ଅପମାନ । ଆଉ ଏପରି କାମ ସେମାନେ ହିଁ କରି ପାରନ୍ତି ଯେଉଁମାନଙ୍କୁ ବଳିଦାନ ଅର୍ଥ ଜଣା ନାହିଁ । ରାହୁଲ ଗାନ୍ଧୀ ନିଜର ଟ୍ୱିଟରେ ନିଜକୁ ସହିଦର ପୁଅ ମଧ୍ୟ ଦର୍ଶାଇଛନ୍ତି ।

ରାହୁଲ ଟ୍ୱିଟ୍ କରିଛନ୍ତି, ଜାଲିଆନାୱାଲା ବାଗର ସହିଦଙ୍କୁ ଏପରି ଅପମାନ ସେହି କରି ପାରିବ ଯିଏ ବଳିଦାନ ଅର୍ଥ ଜାଣି ନାହିଁ । ମୁଁ ଜଣେ ସହିଦର ପୁଅ । ସହିଦଙ୍କ ଅପମାନ କୌଣସି ମୂଲ୍ୟରେ ବି ସହ୍ୟ କରାଯାଇ ପାରିବ ନାହିଁ । ଆମେ ଏହି ଅଭଦ୍ର କ୍ରୁରତାର ବିରୋଧ କରୁଛୁ ।

 

କଂଗ୍ରେସ ନେତା ନିଜର ଟ୍ୱିଟରେ କହିଛନ୍ତି, ଯିଏ ସ୍ୱାଧୀନତାର ଲଢେଇ ଲଢି ନାହିଁ, ସେମାନେ ସେହି ଲୋକ ମାନଙ୍କୁ ବୁଝି ପାରିବେ ନାହିଁ ଯିଏ ସ୍ୱାଧୀନତା ସଂଗ୍ରାମରେ ଲଢେଇ କରିଥିଲେ ।ରାହୁଲ ଗାନ୍ଧୀ ସେହି ଖବରର ସ୍କ୍ରିନସଟ୍ ମଧ୍ୟ ଛାଡିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଏହି ସ୍ମାରକ ସ୍ଥଳର ଭବ୍ୟତାକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାଲିଆନାୱାଲା ବାଗର ପୁନଃନିର୍ମିତ ପରିସରର ଉଦଘାଟନ କରିଥିଲେ । ଏହି ବାଗର କେନ୍ଦ୍ର ସ୍ଥଳ କୁହାଯାଉଥିବା ଜ୍ୱାଲା ସ୍ମାରକର ମରାମତି ସହିତ ପରିସରର ପୁନଃନିର୍ମାଣ ମଧ୍ୟ କରାଯାଇଛି । ସେଠାରେ ଥିବା ଏକ ପୋଖରୀକୁ ବିକଶିତ କରାଯାଇଛି । ଲୋକଙ୍କ ଯିବା ଆସିବା ପାଇଁ ରାସ୍ତା ଚଉଡା କରି ଦିଆଯାଇଛି ।

 

Get real time updates directly on you device, subscribe now.