fbpx

ସେଞ୍ଚୁରିୟନ ଗ୍ରାଉଣ୍ଡରେ ଦମଦାର Century କଲେ ରାହୁଲ: ୨୪୫ ରନରେ ଅଟକିଲା ଭାରତ

ନୂଆଦିଲ୍ଲୀ: ସେଞ୍ଚୁରିୟନ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା । ପ୍ରଥମ ଦିନରେ ଖେଳ ସରିବା ସୁଦ୍ଧା ଭାରତ ୨୦୮ ରନ୍ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୪୫ରେ ଶେଷ କରିଛି ପ୍ରଥମ ଇନିଂସ । ତେବେ ସେଞ୍ଚୁରିୟନର ଏହି ଗ୍ରାଉଣ୍ଡରେ ଏକ ଦମଦାର ସେଞ୍ଚୁରି ହାସଲ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର କେ.ଏଲ ରାହୁଲ । ଗୋଟିଏ ପକ୍ଷେରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି ନିଜ ୱିକେଟ ହରାଇଥିବା ବେଳେ ରାହୁଲ ଅନ୍ୟ ପକ୍ଷରେ ଦଳକୁ ସମ୍ଭାଳିଛନ୍ତି । ତେବେ ରାହୁଲଙ୍କ ଶତକ ବଳରେ ଟିମ ଇଣ୍ଡିଆ ୨୪୫ ରନ୍ ସଂଗ୍ରହ କରିଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତ ପାଇଁ ସବୁଠୁ ବଡ଼ ହାଇଲାଇଟ ରହିଛି କେ.ଏଲ ରାହୁଲଙ୍କ ଦମଦାର ଶତକ । ପ୍ରଥମ ଇନିଂସରେ ଟିମ ଇଣ୍ଡିଆର ବ୍ୟାଟିଂ ନିରାଶଜନକ ରହିଥିବା ବେଳେ ଏକମାତ୍ର ଖେଳାଳି ଭାବରେ ଶତକ ଅର୍ଜନ କରିଛନ୍ତି ରାହୁଲ । ଦକ୍ଷିଣ ଆଫ୍ରିକାର ବୋଲରଙ୍କ ଆଗରେ ଭାରତର ବ୍ୟାଟିଂ ଅର୍ଡର ସଂଘର୍ଷ କରୁଥିବା ବେଳେ ରାହୁଲ ଏକାକୀ ଲଢେଇ କରୁଥିଲେ । ତେବେ ଦ୍ୱିତୀୟ ଦିନରେ ମ୍ୟାଚରେ ଦମଦାର ଶତକ ହାସଲ କରିଛନ୍ତି କେ.ଏଲ ରାହୁଲ । ଏହାସହିତ ସେ ନିଜ କ୍ୟାରିୟରର ୧୭ତମ ଶତକ ହାସଲ କରିଥିବା ବେଳେ ଟେଷ୍ଟରେ ସେ ନିଜର ଅଷ୍ଟମ ଶତକ ହାସଲ କରିଛନ୍ତି । ଛକା ସହିତ ନିଜର ଶତକ ଅର୍ଜନ କରିଛନ୍ତି କେ.ଏଲ ରାହୁଲ ।

ପ୍ରଥମ ଦିନରେ ୭୦ ରନ୍ କରି ଅପରାଜିତ ରହିଥିବା ରାହୁଲ ଦ୍ୱିତୀୟ ଦିନ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତେବେ ୯୫ ରନ୍ କରି ଖେଳୁଥିବା ବେଳେ ଗେରାଲ୍ଡ କୋଏଟଜିଙ୍କ ଏକ ବଲକୁ ଛକା ମାରି ନିଜ ଶତକ ପୂରଣ କରିଛନ୍ତି ରାହୁଲ । ତେବେ ରାହୁଲଙ୍କ ଏହି ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୨୪୫ ରନ୍ କରି ଅଲଆଉଟ ହୋଇଛି । ତେବେ ରାହୁଲ ସର୍ବାଧିକ ୧୩୭ ବଲରେ ୧୦୧ ରନ୍ କରି ଶେଷ ୱିକେଟ ଭାବରେ ପାଭିଲିୟନ୍ ପେରିଛନ୍ତି ।

Get real time updates directly on you device, subscribe now.