fbpx

ବୃଦ୍ଧି ପାଇଲା ରେଲୱେ ଦୁର୍ଘଟଣାର ଅନୁକମ୍ପା ରାଶି: ରେଲୱେ ମନ୍ତ୍ରାଳୟ ପକ୍ଷରୁ ବଡ଼ ଘୋଷଣା

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ସ୍ତାନରେ ରେଳ ଦୁର୍ଘଟଣା ମାମଲା ଦେଖିବାକୁ ମିଳୁଛି । ବାଲେଶ୍ୱରର ବାହାନଗା ଦୁର୍ଘଟଣା ପରଠାରୁ ଭାରତୀୟ ରେଲୱେ ମଧ୍ୟ ଏ ନେଇ ଚିନ୍ତାରେ ରହିଛି । ତେବେ ଏହି ଦୁର୍ଘଟରାରେ ପୀଡ଼ିତ ପରିବାରକୁ ସହାୟତାର ହାତ ବଢ଼ାଇବା ପାଇଁ ରେଳ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଦୁର୍ଘଟଣା ିନତ ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି କରିଛି ଭାରତୀୟ ରେଲୱେ । ଏ ନେଇ ଏକ ପ୍ରେସ ରିଲିଜରେ ସଳଚନା ଦେଇଛି ରେଲୱେ ମନ୍ତ୍ରାଳୟ ।

ରେଲୱେର ସୂଚନା ଅନୁସାରେ, ଟ୍ରେନ ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ଦୁର୍ଘଟରା ପାଇଁପୃଥକ ପୃଥକ ଅନୁକମ୍ପା ରାଶି ଘୋଷଣା ହୋଇଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା ହୋଇଥିବା ବେଳେ ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ସେହିପରି ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିଲେ ରେଳ ବିଭାଗ ତରଫରୁ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ । ତେବେ ଲେବଲ କ୍ରସିଂ ଦୁର୍ଘଟଣାରେ ମୃତାହତଙ୍କୁ ମଧ୍ୟ ସମାନ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି ।

ଏହାବ୍ୟତୀତ ଅପ୍ରତ୍ୟାଶିତ ଦୁର୍ଘଟଣାରେ ମୃତ୍ୟୁ ହେଲେ ପୀଡ଼ିତଙ୍କ ପରିବାରକୁ ୧.୫ ଲକ୍ଷ ଟଭ୍କାର ସହାୟତା ପ୍ରଦାନ କରାଯିବ । ଏହି ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଏବଂ ସାମନ୍ୟ ଆହତଙ୍କୁ ୫ ହଜାର ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । ଏ ନେଇ ଭାରତୀୟ ରେଲୱେ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ ରିଲିଜରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.