fbpx

ଦ୍ରୁତ ବେଗରେ ଆସୁଥିଲା ଟ୍ରେନ୍, ଟ୍ରାକକୁ ଖସିପଡ଼ିଲେ ବ୍ୟକ୍ତି.. ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭାଇରାଲ ହୋଇଥାଏ । ଅନେକ ଥର ଭାରତୀୟ ରେଲୱେର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏବେ ପୁଣି ଥରେ ଏଭଳି ଏକ ଭାଇରାଲ ଭିଡିଓ ଚର୍ଚ୍ଚାକୁ ଆସିଛି । ଏହି ଭାଇରାଲ ଭିଡିଓକୁ ଯିଏବି ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଭିଡିଓରେ ପ୍ଲାଟଫର୍ମର ଯେଉଁଠାରେ ଜଣେ ବ୍ୟକ୍ତି ନିଜ ଗୋଡ଼ ଖସିବା କାରଣରୁ ରେଳୱେ ଟ୍ରାକରେ ଖସି ପଡ଼ୁଛନ୍ତି । କିନ୍ତୁ ଏହି ସମୟରେ ଟ୍ରାକରେ ଆସୁଥିବା ଟ୍ରେନ୍ କବଳରୁ ପୋଲିସ କର୍ମୀ ତାଙ୍କୁ ବଞ୍ଚାଉଛନ୍ତି ଏବଂ ସୁରକ୍ଷିତ ଭାବରେ ଉଦ୍ଧାର ବଞ୍ଚାଉଛନ୍ତି ।  ଦେଖନ୍ତୁ ଭିଡିଓ…

ଭାଇରାଲ ଭିଡିଓକୁ ଭାରତୀୟ ରେଲୱେ ମନ୍ତ୍ରାଳୟର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରାଯାଇଛି । ବେଙ୍ଗାଲୁରୁର କେକେଆର ପୁରମ ରେଲୱେ ଷ୍ଟେସନର । ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଯିଏକି ପ୍ଲାଟଫର୍ମରେ ଥିଲେ ଖସିଯାଇ ରେଲୱେ ଟ୍ରାକରେ ପଡ଼ୁଛନ୍ତି । ଆଉ ତାଙ୍କୁ ସେଠାରେ ଥିବା ପୋଲିସ କର୍ମୀ ଉଦ୍ଧାର କରୁଛନ୍ତି । ଆଉ ଏହି ସବୁ ଘଟଣା ରେଲୱେ ସିସିଟିଭିରେ ରେକର୍ଡ ହୋଇଛି ।

ବ୍ୟକ୍ତି ଜଣକ ଯେମିତି ପ୍ଲାଟଫର୍ମ ରୁ ଟ୍ରାକକୁ ଖସୁଛନ୍ତି ଏହା ଦେଖି ପ୍ଲାଟଫର୍ମରେ ଉପସ୍ଥିତ ପୋଲିସ ଯବାନ ତାଙ୍କୁ ବଞ୍ଚାଇବା ପାଇଁ ଦୌଡ଼ୁଛନ୍ତି, ସାମ୍ନା ପ୍ଲାଟଫର୍ମରେ ଥିବା ପୋଲିସ ମଧ୍ୟ ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଦୌଡ଼ୁଛନ୍ତି । ବଡ଼ କଥା ହେଉଛି ସେହି ଟ୍ରାକରେ ଏକ ଟ୍ରେନ୍ ଦ୍ରୁତ ଭାବରେ ଆସୁଥିଲା । ଟ୍ରେନ୍ ବେଗ ଏପରି ଥିଲା ହୁଏତ କେହି ବ୍ୟକ୍ତିଙ୍କ ବଞ୍ଚିପାରିବା ନେଇ ଭାବୁନଥିବେ । କିନ୍ତୁ ପୋଲିସ କର୍ମୀଙ୍କୁ ଉଦ୍ୟମରେ ବ୍ୟକ୍ତିଙ୍କୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ।

Get real time updates directly on you device, subscribe now.