fbpx

୧୧୯ ଟ୍ରେନକୁ ଆଜି ବାତିଲ କଲା ରେଲୱେ, ଘରୁ ବାହାରିବା ପୂର୍ବରୁ ଦେଖିନିଅନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପକ୍ଷରୁ ୨ ମେ’ ଅର୍ଥାତ୍ ଆଜି ଚାଲିବାକୁ ଥିବା ୧୧୯ ଟ୍ରେନକୁ ବାତିଲ୍ କରାଯାଇଛି । ସେଥିମଧ୍ୟରୁ ୧୨ ଟିକୁ ସୋର୍ସ ଷ୍ଟେସନରୁ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ଟିକୁ ସର୍ଟ ଟର୍ମିନେଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ପରିବର୍ତ୍ତନ ରକ୍ଷଣାବେକ୍ଷଣ ଏବଂ ଅପରେସନ କାରଣରୁ କରାଯାଇଛି ।

ଦେଶରେ କୋଇଲା ଉତ୍ତୋଳନକୁ ପ୍ରାଥମିକତା ଦେବା କାରଣରୁ କେତେକ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି । ତେବେ କୋଇଲା ଅଭାବ ହେତୁ ଶହ ଶହ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଥିଲା । କୋଇଲା ଅଭାବ ହେତୁ ଭାରତୀୟ ରେଳ ୬୫୭ ଟ୍ରେନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ।

ଦିଲ୍ଲୀ, ରାଜସ୍ଥାନ ଏବଂ ମହାରାଷ୍ଟ୍ର ସମେତ ୧୩ ଟି ରାଜ୍ୟ ବିଦ୍ୟୁତ୍ ସଙ୍କଟ ଦେଇ ଗତି କରୁଛନ୍ତି । ଏଭଳି ପରିସ୍ଥିତିରେ ଦ୍ରୁତ କୋଇଲା ଯୋଗାଣ ଆବଶ୍ୟକ । ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଦିଲ୍ଲୀ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ବିହାର, କର୍ଣ୍ଣାଟକ, କେରଳ ଓ ତାମିଲନାଡ଼ୁ ଯିବାକୁ ଥିବା କିଛି ଟ୍ରେନକୁ ଆଜି ବାତିଲ କରାଯାଇଛି ।

ଏହି ପ୍ରକ୍ରିୟାରୁ ବାତିଲ ଟ୍ରେନର ଲିଷ୍ଟ ଯାଞ୍ଚ କରନ୍ତୁ-
-ବାତିଲ ହୋଇଥିବା ଟ୍ରେନର ତାଲିକା ଯାଞ୍ଚ କରିବାକୁ, ସର୍ବପ୍ରଥମେ enquiry.indianrail.gov.in/mntes/ ର ୱେବସାଇଟ୍ ପରିଦର୍ଶନ କରନ୍ତୁ ।
-Exceptional Trains ଅପସନ୍ ଦେଖାଯିବ । ଏହି ଅପସନକୁ ସିଲେକ୍ଟ କରନ୍ତୁ ।
-ବାତିଲ, ରିଶେଡ୍ୟୁଲ ଏବଂ ଡାଇଭର୍ଟ ଟ୍ରେନ୍ ତାଲିକାରେ କ୍ଲିକ୍ କରନ୍ତୁ ।
-ସମସ୍ତ ତିନୋଟି ତାଲିକା ଯାଞ୍ଚ କରିବା ପରେ ହିଁ ଘରୁ ବାହାରକୁ ଯାଆନ୍ତୁ ।

Get real time updates directly on you device, subscribe now.