Rain Alert in Dassera: ଏଥର ଦଶହରାରେ ଭିଜିବେ ମା’… ୧ ତାରିଖରେ ଛେଚିବ ପ୍ରବଳ ବର୍ଷା, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଏ ବର୍ଷ ଦୁର୍ଗା ପୂଜା ପଡ଼ିବ ଫିକା । କାରଣ ପାର୍ବଣକୁ ଫିକା ପକାଇବାକୁ ଆସୁଛି ଲଘୁଚାପ ।

ଅକ୍ଟୋବର ୧ ତାରିଖରେ ରାଜ୍ୟରେ ଲଘୁଚାପ ନେଇ ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ ।

୩୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ନୂତନ ଘୂର୍ଣ୍ଣିବଳୟ ପ୍ରବେଶ କରିବାକୁ ଯାଉଛି । ଏହାର ପ୍ରଭାବରେ ଉତ୍ତର ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

୧ ତାରିଖରେ ମା’ଙ୍କର ନବମୀ ପୂଜା ରହିଛି । ପ୍ରାୟତଃ ଅଷ୍ଟମୀ ଠାରୁ ଲୋକଙ୍କ ମଣ୍ଡପ ବୁଲା ଆରମ୍ଭ ହେଉଥିବାବେଳେ ବର୍ଷା ଯୋଗୁ ବୁଲାବୁଲିରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଛି । ଯାହାଫଳରେ ଭକ୍ତ ମା’ଙ୍କ ଦର୍ଶନ ମଧ୍ୟ ଠିକ୍ ଭାବେ କରିପାରିବେ ନାହିଁ ।