fbpx

କିିଛି ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା : ୧୧ ଠାରୁ ନିର୍ଦ୍ଧୁମ ବର୍ଷିବ

Advertisement

ଭୁବନେଶ୍ୱର :  ରାଜ୍ୟର କେତେକାଂଶ ଆରମ୍ଭ ହୋଇଛି ବର୍ଷା । ଗତକାଲି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇଛି । ଆଜି ମଧ୍ୟ ଅନେକ ସ୍ଥାନ ଯଥା- ଝାରସୁଗୁଡା, ସୁନ୍ଦରଗଡ,ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବରଗଡ ଓ ଦେବଗଡ ଆହି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ମୌସୁମୀଜନିତ ନିମ୍ନ ଚାପରେଖା ଆଜି ରାଜସ୍ଥାନର ଜୈସାଲମର୍‌ରୁ ବାହାରି ଆଜମେର, ଶିବପୁରୀ, ସିଦ୍ଧି, ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବ-ଦିଗରେ ମଣିପୁର ଯାଏ ବାୟୁମଣ୍ଡଳର ୧.୫ କିମି ଉଚ୍ଚତା ଯାଏ ସକ୍ରିୟ ରହିଛି । ଏନେଇ ୧୧ରୁ ବର୍ଷାର ପ୍ରଭାବ ବଢିବ । କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଗୁଆ ସୂଚନା ମିଳିଛି ।

Get real time updates directly on you device, subscribe now.