ଶୀତରେ ବର୍ଷା: ଜଳବାୟୁକୁ ନେଇ କଣ କହୁଛି ବିଜ୍ଞାନ?
ଶୀତ ଋତୁରେ ଉତ୍ତର ପଶ୍ଚିମରୁ ବହୁଥିବା ପବନର ବେଶ ପ୍ରଭାବ ରହିଛି । ଏହି ପବନ ପଶ୍ଚିମ ଭୂମଧ୍ୟ ସାଗରରୁ ଆସିଥାଏ
ନୂଆଦିଲ୍ଲୀ- ଦିଲ୍ଲୀ ଏନସିଆର ସମେତ ଦେଶର ବିଭିନ୍ନ ଅଂଶରେ ବର୍ଷା ଦେଖିବାକୁ ମିଳୁଛି ଶୀତ ଋତୁରେ । ଲୋକେ ରେନକୋଟ ପିନ୍ଧିବେ ନା ସ୍ୱେଟର ତାକୁ ନେଇ ଦ୍ୱନ୍ଦ୍ୱରେ । ତେବେ ଶୀତରେ ବର୍ଷା ହେବା ପଛରେ କଣ ପାଣିପାଗ ଉପରେ ପ୍ରଭାବ ରହିଛି ଆସନ୍ତୁ ଜାଣିବା ।
ଦେଶରେ ଶୀତରେ କାହିଁକି ହୁଏ ବର୍ଷା?
ଭାରତରେ ଶୀତ ଋତୁରେ ଅନିୟମିତ ବର୍ଷା କାଁ ଭାଁ ହୋଇଥାଏ । ଭାରତରେ ପାଣିପାଗ ଉପରେ ଶୀତ ଋତୁରେ ଉତ୍ତର ପଶ୍ଚିମରୁ ବହୁଥିବା ପବନର ବେଶ ପ୍ରଭାବ ରହିଛି । ଏହି ପବନ ପଶ୍ଚିମ ଭୂମଧ୍ୟ ସାଗରରୁ ଆସିଥାଏ । ଏହି ପବନ ବହିବା କରାଣରୁ ବାୟୁ ମଣ୍ଡଳରେ ଚାପ ସୃଷ୍ଟି ହେବା କରାଣରୁ ବର୍ଷା ହୋଇଥାଏ ।
ତାପମାତ୍ରା ଉପରେ ମଧ୍ୟ ଏହାର ବେଶ ପ୍ରଭାବ ରହିଛି ।
ହିମାଳୟ ଆଡୁ ବହୁଥିବା ପବନ କାରଣରୁ ପର୍ବତରେ ପଡୁଥିବା ହିମର ସଂସ୍ପର୍ଶରେ ଆସି ସମତଳ ଇଲାକାରେ ପ୍ରବଳ ଥଣ୍ଡାର କାରଣ ହୋଇଥାଏ । ଏମିତି ତ ଥଣ୍ଡା ଦିନରେ ପାଗ ଶୁଖିଲା ରହିଥାଏ । କିନ୍ତୁ ଥଣ୍ଡାରେ ବର୍ଷା ହେବା ଦ୍ୱାରା ତାପମାତ୍ରା କମ ହୋଇଥାଏ ।
ଉତ୍ତର ଓ ମଧ୍ୟ ଭାରତରେ ତାପମାତ୍ରାରେ ପ୍ରବଳ ହ୍ରାସ ଆସିଥାଏ । ବାୟୁରେ ଆର୍ଦ୍ରତା ବଢିଯାଏ । ଫଳରେ ଏହି ସମୟରେ ଲୋକଙ୍କୁ ପ୍ରବଳ ଶୀତର ସମ୍ମୁଖୀନ କରିବାକୁ ହୁଏ ।
ତେବେ ବର୍ଷା ପାଇଁ କୁହୁଡି କମ ହୋଇଥାଏ ।
ଶୀତ ଦିନରେ କୁହୁଡି ଏକ ବଡ ସମସ୍ୟା ହୋଇଥାଏ । ହେଲେ ଏହି ଋତୁରେ ବର୍ଷା ହେବା କାରଣରୁ ବାୟୁରେ ଥିବା ଆର୍ଦ୍ରତା କାରଣରୁ କୁହୁଡି ବହୁ ମାତ୍ରାରେ ହ୍ରାସ ପାଇଥାଏ ।
ପ୍ରଦୂଷଣ ଉପରେ ବର୍ଷାର ପ୍ରଭାବ
ଶୀତ ଋତୁରେ ବର୍ଷା ହେଲା ଫଳରେ ବାୟୁମଣ୍ଡଳରେ ଦେଖାଦେଇଥିବା ପ୍ରଦୁଷଣ କମ ହୋଇଥାଏ । ବାୟୁର ଗୁଣବତ୍ତାରେ ଅଭିବୃଦ୍ଧି ଘଟେ । ବିଶେଷ କରି ଦିଲ୍ଲୀ ପରି ସହରରେ ପ୍ରଦୂଷଣ ହଟାଇବାରେ ସାହାଯ୍ୟ କରେ ବର୍ଷା ।